ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୬୦ ଘଣ୍ଟା ଧରି ବିବିସି ଅଫିସରେ ଚଢ଼ାଉପରେ ଆୟକର ବିଭାଗ ଟିମ୍ ଫେରିଛି। ଇଡି ପକ୍ଷରୁ ମଙ୍ଗଳବାରଠାରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ଏହା ସମାପ୍ତ ହୋଇଛି। ଚଢ଼ାଉ ସମୟରେ ବିବିସିର ୧୦ରୁ ଅଧିକ କର୍ମଚାରୀ, ସିନିୟର ଏଡିଟରଙ୍କୁ ଗୁଡ଼ାଇତୁଡ଼ାଇ ଆୟକର ଅଧିକାରୀ ପ୍ରଶ୍ନ ପଚାରିଥିବା ଜଣାଯାଇଛି। ଏଥିସହ ଏକାଧିକ କମ୍ପୁଟର, ଲାପଟପ୍ ସହ ଇଲୋକଟ୍ରନିକସ ଡିଭାଇସକୁ ବି ଯାଞ୍ଚ କରିଛି ଆଇଟି ଟିମ୍। ଆନ୍ତର୍ଜାତିକ ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ଆୟକର ବିଭାଗ ଟିମ୍ ବିବିସିର ମୁମ୍ବାଇ ଓ ଦିଲ୍ଲୀସ୍ଥିତ ଅଫିସରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପଶିଥିଲା । ଏହାପରଠୁ ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ଗତକାଲି ରାତିରେ ଅର୍ଥାତ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଏହି ଟିମ୍ ନିଜ ଯାଞ୍ଚ ସାରି ବିବିସି ଅଫିସ ଛାଡ଼ିଥିବା ସୂଚନା ମିଳିଛି |






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..