ରିପୋର୍ଟ କାର୍ଡ / ଭୁବନେଶ୍ବର
ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ସରକାର । କନଷ୍ଟେବଲଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇ ଗୁଣ ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪୩୦୦ରୁ ୮୬୦୦ ଟଙ୍କାକୁ ବୃଦ୍ଧି ପାଇଲା । ସେହିଭଳି ଏସଆଇ, ଏଏସଆଇଙ୍କ ପୋଷାକ ଭତ୍ତା ୮୪୦୦ ଟଙ୍କା ହେଲା । ପୂର୍ବରୁ ଏହା ୪୨୦୦ ଟଙ୍କା ଥିଲା । ହାବିଲଦାର, କନଷ୍ଟେବଲ ଓ ସିପାହୀଙ୍କ ୫ ହଜାରରୁ ୧୦ ହଜାରକୁ ବୃଦ୍ଧି ପାଇଥିବାବେଳେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ୧୧୮୦୦କୁ ବୃଦ୍ଧି ପାଇଲା । କନଷ୍ଟେବଲ, ସିପାହୀଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି ୨୫ ହଜାରକୁ ବୃଦ୍ଧି ପାଇଥିବାବେଳେ ହାବିଲଦାରଙ୍କ ପ୍ରୋତ୍ସାହନ ରାଶି ୩୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..