Report Card Odisha

| Daily Odia News

ବଢ଼ିଲା SC-ST ଙ୍କ ପ୍ରି ମାଟ୍ରିକ ଛାତ୍ରବୃତ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ପାଇଁ ବଢ଼ିଛି ପ୍ରି-ମାଟ୍ରିକ ଛାତ୍ରବୃତ୍ତି । ବାଳକଙ୍କ ପାଇଁ ୭୫୦ରୁ ୯୫୦ ଟଙ୍କା ବଢ଼ିଥିବା ବେଳେ ବାଳିକାମାନଙ୍କ ପାଇଁ ୮୦୦ରୁ ୧୦୦୦ ଟଙ୍କା ବୃଦ୍ଧି ପାଇଛି । ଛାତ୍ରବୃତ୍ତି ପାଇଁ ବାର୍ଷିକ ବ୍ୟୟ ଅଟକଳ ୪୯୦ କୋଟି ଟଙ୍କା ହୋଇଥିବା ଜଣାପଡିଛି । ଅନ୍ୟପଟେ ଚଳିତ ଜୁନ୍ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ, ‘ମାଟ୍ରିକ ଖାତା ଦେଖା ଶେଷ ହୋଇଛି । ରେଜଲ୍ଟ ନେଇ ପ୍ରକ୍ରିୟା ଚାଲିଛି ।’ ତେବେ ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

Breaking News