Report Card Odisha

| Daily Odia News

ଆଜି ଭାରତ-ପାକିସ୍ତାନ ମୁକାବିଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଭାରତ-ପାକିସ୍ତାନ ମହା ମୁକାବିଲା | କ୍ରିକେଟ୍‌ପ୍ରେମୀ ଭାରତ-ପାକିସ୍ତାନ ମୁକାବିଲାକୁ ଅପେକ୍ଷା କରିଥାଆନ୍ତି। ମାସକ ତଳେ ଏସିଆ କପ୍‌ରେ ଏହି ୨ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ଏବଂ ଉଭୟ ଦଳ ଥରେ ଲେଖାଏଁ ଜିତିଥିଲେ। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳଙ୍କ ମୁକାବିଲାରେ ପାକିସ୍ତାନ ୧୦ ୱିକେଟ୍‌ ଜିତିଥିଲା। ୧୧ ମାସ ପରେ ପୁଣିଥରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ରବିବାର ସୁପର-୧୨ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ସେମାନଙ୍କ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ୧ ଲକ୍ଷ ଦର୍ଶକ କ୍ଷମତା ବିଶିଷ୍ଟ ମେଲ୍‌ବୋର୍ଣ୍ଣ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମୁକାବିଲା ଖେଳାଯିବ। ହେଲେ ସାରବିଶ୍ବର କୋଟିକୋଟି କ୍ରିକେଟ୍‌ପ୍ରେମୀଙ୍କ ନଜର ଏହି ମହା ମୁକାବିଲା ଉପରେ ରହିବ। ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ ଏବଂ ପୂରା ଟୁର୍ଣ୍ଣାମେଣ୍ଟ ପାଇଁ ଦୃଢ଼ ମନୋବଳ ହାସଲ କରିବେ। ଅନ୍ୟପକ୍ଷରେ ଗତବର୍ଷର ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ।

Breaking News