ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ଏକ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛି। ରାଜ୍ୟସଭା ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀରେ କ୍ରୋଧିତ ହୋଇ ବିରୋଧୀ ଦଳ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହି ପ୍ରସ୍ତାବରେ ବାଚସ୍ପତି ଗୃହରେ ପକ୍ଷପାତିତା କରୁଥିବାର ଅଭିଯୋଗ କରାଯାଇଛି | ବିରୋଧୀ ଧାରା ୬୭ (ବି) ଅନୁଯାୟୀ ଏହି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରାୟ ୭୦ ସାଂସଦ ଦସ୍ତଖତ କରିଛନ୍ତି। ଏହି ପ୍ରସ୍ତାବରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଏବଂ ଅନ୍ୟାନ୍ୟ ଛୋଟ ଦଳ ଏକତ୍ରିତ ହୋଇଛନ୍ତି। ଅଗଷ୍ଟରେ ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ବିରୋଧୀ ବାଚସ୍ପତିଙ୍କ ବିରୋଧରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ସେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ଇଣ୍ଡିଆ ମେଣ୍ଟର ଅନେକ ନେତା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ବିରୋଧୀଦଳ ତାଙ୍କ ନାମରେ ପକ୍ଷପାତିତା କରୁଥିବା ଅଭିଯୋଗ କରୁଛନ୍ତି। ତେବେ ରାଜ୍ୟସଭାକୁ ୧୧ ଡିସେମ୍ବର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଏହାପୂର୍ବରୁ ବିରୋଧୀଦଳ ଦାବି କରିଥିଲେ ଯେ ପ୍ରାୟ ୭୦ ଜଣ ସାଂସଦଙ୍କ ଦ୍ୱାରା ଏହି ଅନାସ୍ଥା ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି। ସୂଚନାନୁସାରେ, କଂଗ୍ରେସଠାରୁ ଦୂରେଇବାକୁ ଚାଁହୁଥିବା ତୃଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟ ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇ ଦଳର ରାଜ୍ୟସଭା ସଦସ୍ୟମାନେ ମଧ୍ୟ ଏହି ପ୍ରସ୍ତାବରେ ଦସ୍ତଖତ କରିଛନ୍ତି। କିନ୍ତୁ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ୍ଷେତ୍ରରେ କିଛି ବଡ଼ ଗେମ୍ ଖେଳିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ବିଜେଡି ପାଖରେ ଏବେ ରାଜ୍ୟ ସଭାରେ ୭ଜଣ ସଦସ୍ୟ ଅଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏହି ପଦରୁ ହଟାଇବା ପାଇଁ ଅତି କମ୍ରେ ୫୦ଜଣ ସଦସ୍ୟଙ୍କ ଦସ୍ତଖତ ହେବା ଆବଶ୍ୟକ। କିନ୍ତୁ ଏହି ପ୍ରସ୍ତାବରେ ବର୍ତ୍ତମାନ ୭୦ଜଣ ଦସ୍ତଖତ କରିଛନ୍ତି। ଏହି ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସଭାରେ ଉପସ୍ଥାପନ ହୋଇଛି। ଏଠାରେ ପାରିତ ହେବା ପରେ ଏହା ଲୋକ ସଭାରେ ଉପସ୍ଥାପନ ହେବ। ଚଳିତ ବର୍ଷ ଅଗଷ୍ଟରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଧନକରଙ୍କୁ ପଦରୁ ହଟାଇବା ଏହି ନିଷ୍ପତ୍ତି ନେଇଥିଲେ। ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବକୁ ନେଇ ଇଣ୍ଡିଆ ମେଣ୍ଟର ସମ୍ଭାବ୍ୟ ପଦକ୍ଷେପ ଉପରେ ତାଙ୍କ ଦଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ତେବେ ନବୀନ ଏଯାଏଁ ସ୍ପଷ୍ଟ କରିନାହାଁନ୍ତି ଯେ ଯଦି ସେ ଏହାକୁ ସମର୍ଥନ କରିବେ କି ନାହିଁ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..