ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ-ଚୀନ ମଧ୍ୟରେ ବର୍ଷବର୍ଷ ଧରି ସୀମାକୁ ନେଇ ତିକ୍ତତା ଲାଗିରହିଛି । ଅବଶ୍ୟ କୂଟନୈତିକ ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିଛି । ହେଲେ ଚୀନକୁ କୌଣସି ଦେଶ ବିଶ୍ବାସ କରିପାରୁନାହାନ୍ତି। କଥା ହେଲା, ଭାରତ ସୀମାର ହଜାର ହଜାର କିଲୋମିଟର ଚୀନ ସହ ଯୋଡି ହୋଇ ରହିଛି । ତେଣୁ ସୀମାକୁ ସୁରକ୍ଷା ଦେବା ଭାରତ ଲାଗି ଏକ ବଡ଼ ଚ୍ୟାଲେଞ୍ଜ। ଯେହେତୁ ଏଲଏସି ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ରହିଛି, ତେଣୁ ସେଠାରେ ଭାରତୀୟ ଯବାନ ପ୍ରହାର ଦେବା ଆଦୌ ସହଜ ନୁହେଁ । ଖାଲି ଏତିକି ନୁହେଁ ବରଂ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ଏଲଏସିରେ ପହଞ୍ଚିବା ସହଜ ନୁହେଁ । ତେଣୁ ଏଲଏସିକୁ ଯେଉଁ ପରି ଭାବରେ ରାସ୍ତା ତିଆରି କଲା ଇଣ୍ଡିଆ ଏବଂ ଏହାର ଟେର ପାଇଲା ନାହିଁ ଚୀନ ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଭାରତ ନିଜ ସୀମାରେ ରାସ୍ତା ନିର୍ମାଣ କରିବା ପରେ ଏବେ ଚୀନ ଓ ପାକିସ୍ତାନ ଚିନ୍ତାରେ ଅଛନ୍ତି । କାରଣ ବିଷମ ପରିସ୍ଥିତିର ମୁକାବିଲା କରିବା ଲାଗି ଭାରତ ନିଜ ସୀମାକୁ ସଶକ୍ତ କରିବାରେ ଲାଗିଛି । ଯାହାର ନେତୃତ୍ବ ନେଉଛି ବିଆଇରଓ । ବିଗତ ୪ ବର୍ଷ ଭିତରେ ବିଆରଓ ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳରେ ପାଖାପାଖି ୪୦୫ ଇନଫ୍ରାଷ୍ଟକଚର ପ୍ରୋଜେକ୍ଚ ନିର୍ମାଣ କରିବାରେ ସଫଳ ହୋଇଛି । ଯାହା ମଧ୍ୟରେ ବ୍ରିଜ୍, ଟନେଲ୍ ଓ ହେଲିପ୍ୟାଡ ସାମିଲ ଅଛି । ସୂଚନା ଅନୁସାରେ, ସୀମାରେ ନିର୍ମାଣ କରାଯାଉଥିବା ବ୍ରିଜ୍ ଗୁଡ଼ିକ ଏମିତି ତିଆରି କରାଯାଉଛି ଯେମିତିକି ୭୦ ଟନ୍ ଟ୍ୟାଙ୍କର ଏଥିରେ ଗଲେ ବି କୌଣସି କ୍ଷତି ହେବ ନାହିଁ ।
More Stories
ଚାକିରି ଯୋଗାଇବାରେ ୟୁପିଏ ଏବଂ ଏନଡିଏ ବିଫଳ….
ବିଜେପିର ଇଭିଏମ ଖେଳ:କେଜ୍ରିୱାଲ…..
ବଜେଟ୍ରେ ଓଡ଼ିଶାକୁ ୧୦,୫୯୯ କୋଟି ମଞ୍ଜୁର,ଓଡ଼ିଶାରେ ନବନିର୍ମିତ ଟ୍ରାକ ମାଲେସିଆରେ ଥିବା ଟ୍ରାକଠୁ ଅଧିକ…..