ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ-ଚୀନ୍ ସୀମାରେ ଅଶାନ୍ତି ଭିତରେ ଏଲଏସିରେ ଶାନ୍ତି ପାଇଁ ବେଜିଂରେ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ବୈଠକ ଅନୁଷ୍ଠିତ ହୋଇଛି। ଭାରତ-ଚୀନ୍ ସୀମାନ୍ତ ବ୍ୟାପାର ଡବ୍ଲୁଏମସିସି କର୍ମମର୍ତ୍ତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ହୋଇଛି। ଏଲଏସିରୁ ସୈନ୍ୟ ପ୍ରତ୍ୟାହାର କରିବା ଉପରେ ବୈଠକରେ ଜୋର୍ ଦେଇଥିଲା ଭାରତ। ଭାରତର ବୈଦେଶିକ ମନ୍ତ୍ରାଳୟ ପ୍ରେସ୍ ରିଲିଜ୍ କରି ଏହି ସୂଚନା ଦେଇଛି। ଏହା ଥିଲା ଦୁଇ ଦେଶ ମଧ୍ୟରେ ୨୯ତମ କୂଟନୈତିକ ବୈଠକ। କୂଟନୀତି ଏବଂ ସାମରିକ ଚ୍ୟାଲେନ୍ ଖୋଲା ରଖିବା ଉପରେ ବୈଠକରେ ସହମତି ହୋଇଛି। ଗତବର୍ଷ ନଭେମ୍ବର ମାସରେ ୨୮ତମ ବୈଠକ ବସିଥିଲା।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..