ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଓ ୟୁକ୍ରେନ ଯୁଦ୍ଧ ଏବେବି ଲାଗିରହିଛି | ଆଜି ସଂସଦରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। କହିଛନ୍ତି, ୟୁକ୍ରେନର ବୁଚାରେ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାକୁ ଭାରତ କଡ଼ା ଭାଷାରେ ନିନ୍ଦା କରିଛି। ଏଥିସହ ଆମେ ନିରପେକ୍ଷ ତଦନ୍ତକୁ ସମର୍ଥନ କରିଛୁ। ଭାରତ ସବୁବେଳେ ରୁଷ ଓ ୟୁକ୍ରେନ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବା ସପକ୍ଷରେ ମତ ରଖିଛି। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେୟ ଲାଭରୋଭଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଭାରତ ଶାନ୍ତିର ପକ୍ଷ ବାଛିଛି। ଆମେ ଆମର ଶ୍ରେଷ୍ଠ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛୁ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରତିଟି ଦେଶ ନିଜ ଲୋକଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକ ନୀତି ଗ୍ରହଣ କରନ୍ତି। ଭାରତରେ ରହୁଥିବା ଲୋକମାନେ ଯେମିତି ଅତରିକ୍ତ ସମସ୍ୟାରେ ନ ପଡ଼ିବେ, ତା’କୁ ନିଶ୍ଚିତ କରିଛୁ। ଅନେକ ଦେଶ ଭାରତ ସହ କଥାବାର୍ତ୍ତା କରିଛନ୍ତି। ସେମାନେ ମଧ୍ୟ ସମାନ କଥା କହିଛନ୍ତି। ଏକାଠି କାମ କରିବା ସବୁଠାରୁ ଭଲ ପଦକ୍ଷେପ ବୋଲି ମଧ୍ୟ ଆମେ ମତ ରଖିଛୁ। ଭାରତ ଶାନ୍ତିର ପକ୍ଷ ବାଛିଛି। ଆମେ ଆମର ଶ୍ରେଷ୍ଠ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛୁ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରତିଟି ଦେଶ ନିଜ ଲୋକଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକ ନୀତି ଗ୍ରହଣ କରନ୍ତି। ଭାରତରେ ରହୁଥିବା ଲୋକମାନେ ଯେମିତି ଅତରିକ୍ତ ସମସ୍ୟାରେ ନ ପଡ଼ିବେ, ତା’କୁ ନିଶ୍ଚିତ କରିଛୁ। ଅନେକ ଦେଶ ଭାରତ ସହ କଥାବାର୍ତ୍ତା କରିଛନ୍ତି। ସେମାନେ ମଧ୍ୟ ସମାନ କଥା କହିଛନ୍ତି। ଏକାଠି କାମ କରିବା ସବୁଠାରୁ ଭଲ ପଦକ୍ଷେପ ବୋଲି ମଧ୍ୟ ଆମେ ମତ ରଖିଛୁ।






More Stories
ପୁଣି ମଣିପୁରରେ ହିଂସା…..
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..