Report Card Odisha

| Daily Odia News

ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ ଭାରତ,ଜାପାନ ତୃତୀୟ-ପଞ୍ଚମ ରୁଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୋଭିଡ୍-୧୯ ମହାମାରୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ ଓ ଭାରତ ପରି ଶକ୍ତିଶାଳୀ ଦେଶ ଉପରେ ପ୍ରଭାବ ପକାଇଛି। ଏଥିଯୋଗୁ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦୁଇ ଦେଶର ପତିଆରା କମିଛି। ଅଷ୍ଟ୍ରେଲିଆର ଲୋୱି ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏକ ରିପୋର୍ଟରେ ଏହା କୁହାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ପ୍ରମୁଖ ଏସୀୟ ଦେଶର ପ୍ରଭାବ ହ୍ରାସ ପାଇଥିବା ବେଳେ ଆମେରିକା ଉତ୍ତମ କୂଟନୀତି ବଳରେ ନିଜର କୂଟନୀତି ଓ ପ୍ରଭାବ ବଳରେ ଏସିଆରେ ସବୁଠୁ ପ୍ରଭାବଶାଳୀ ଦେଶର ସ୍ଥାନ ବଜାୟ ରଖିପାରିଛି। ପୂର୍ବରୁ ଚୀନ୍ ଏକ ନମ୍ବରରେ ଥିବାବେଳେ ସେ ଦୁଇ ନମ୍ବରକୁ ଖସିଯାଇଛି ଓ ତା’ର ସ୍ଥାନ ନେଇଛି ଆମେରିକା। ସବୁଠାରୁ କ୍ଷମତାଶାଳୀ ଦେଶ ହିସାବରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଉପରକୁ ଜାପାନ ଅଛି ତୃତୀୟରେ ଏବଂ ତଳକୁ ରୁଷିଆ ଅଛି ପଞ୍ଚମରେ। ଏସିଆନ ପାୱାର ଇଣ୍ଡେକ୍ସ ୨୦୨୧ରେ ସିଡ୍‌ନୀ-ସ୍ଥିତ ଲୋୱି ଇନ୍‌ଷ୍ଟିଚ୍ୟୁଟ୍ ସବୁଠୁ କ୍ଷମତାଶାଳୀଙ୍କ ଅଧଃକ୍ରମରେ ୨୬ଟି ଦେଶର ତାଲିକା କରିଛି। ଏଥିରେ କୁହାଯାଇଛି ଯେ, କୂଟନୈତିକ ଓ ସାଂସ୍କୃତିକ ପ୍ରଭାବଠାରୁ ଆରମ୍ଭ କରି ଅର୍ଥନୈତିକ କ୍ଷମତା ପର୍ଯ୍ୟନ୍ତ ପୂର୍ବାପେକ୍ଷା ଚୀନ୍‌ର ସୂଚକାଙ୍କ ହ୍ରାସ ପାଇଛି।

Breaking News