Report Card Odisha

| Daily Odia News

ଆଡ୍‌ଭାଇଜରି ଜାରି କଲା ଭାରତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନେପାଳରେ ହିଂସା ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟମାନଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ସ୍ଥିତିରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ନେପାଳ ନ ଯିବା ପାଇଁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସମ୍ପ୍ରତି ନେପାଳରେ ଫସିଥିବା ଭାରତୀୟ ନାଗରିକମାନେ ରାସ୍ତାକୁ ନ ବାହାରିବା ସହ ସତର୍କତା ଅବଲମ୍ବନ କରିବାକୁ ଆଡ୍‌ଭାଇଜରିରେ କୁହାଯାଇଛି। ସ୍ଥାନୀୟ ନେପାଳୀ ଅଧିକାରୀ ଓ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ନିର୍ଦ୍ଦେଶକୁ ପାଳନ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସହାୟତାର ଆବଶ୍ୟକ ହେଲେ ନେପାଳରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ହେଲ୍‌ପ୍‌ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି। ଜରୁରୀ ସ୍ଥିତିରେ +୯୭୭ – ୯୮୦ ୮୬୦ ୨୮୮୧ ଏବଂ +୯୭୭ – ୯୮୧ ୦୩୨ ୬୧୩୪ ନମ୍ବରକୁ କଲ୍‌ କରିବା ପାଇଁ ନେପାଳରେ ଥିବା ଭାରତୀୟମାନଙ୍କୁ ଆଡ୍‌ଭାଇଜରିରେ ପରାମର୍ଶ ଦିଆଯାଇଛି। ନେପାଳର ସ୍ଥିତି ଉପରେ ଭାରତର କଡ଼ା ନଜର ରହିଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି।

Breaking News