Report Card Odisha

| Daily Odia News

ଆମେରିକାର ଶୁଳ୍କ ନୀତିରୁ ବର୍ତ୍ତିବନି ଭାରତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ କେତେକ ଆମେରିକୀୟ ଆମଦାନୀ ଉପରେ ବିଶ୍ବରେ ସର୍ବାଧିକ ଶୁଳ୍କ ଲାଗୁ କରିଥାଏ। ବିଶେଷକରି ଅଟୋମୋବାଇଲ କ୍ଷେତ୍ରରେ ବିଦେଶୀ କାର୍‌ ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ତେଣୁ ଆମେରିକାର ବାଣିଜ୍ୟ ନୀତିରୁ ଭାରତ ବାଦ୍‌ ପଡ଼ିବ ନାହିଁ ବୋଲି ଡୋନାଲ୍ଡ ଟ୍ରମ୍ପ ଦୋହରାଇଛନ୍ତି। ଏଲନ ମସ୍କଙ୍କ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ରପ୍ତାନି ଉପରେ ଭାରତ ଯାହା ଶୁଳ୍କ ଲାଗୁ କରୁଛି ଆମେରିକା ମଧ୍ୟ ଭାରତର ରପ୍ତାନି ଉପରେ ସମାନ ଶୁଳ୍କ ଲାଗୁ କରିବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନାକୁ ମନେ ପକାଇ ଟ୍ରମ୍ପ କହିଥିଲେ ଯେ ‘ଆମେ ପାଲଟା ଶୁଳ୍କ ଲାଗୁ କରିବାକୁ ଯାଉଛି। ଆପଣ ଯେତେ ପରିମାଣରେ ଶୁଳ୍କ ଲାଗୁ କରୁଛନ୍ତି, ଆମେ ମଧ୍ୟ ସମାନ ଶୁଳ୍କ ଲାଗୁ କରିବୁ। ସବୁ ଦେଶ ସହ ଆମେ ସମାନ ଶୁଳ୍କ ଲାଗୁ କରିବୁ’ ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପ ଭାରତର ବାଣିଜ୍ୟ ନୀତିକୁ ସମାଲୋଚନା କରିବା ଏହା ପ୍ରଥମ ଥର ନୁହେଁ। ତାଙ୍କ ପ୍ରଥମ ରାଷ୍ଟ୍ରପତିତ୍ୱ ସମୟରେ, ସେ ପ୍ରାୟତଃ ଭାରତକୁ ‘ଶୁଳ୍କ ରାଜା’ ବୋଲି କହିଥିଲେ।

Breaking News