ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଆଁମାର ଓ ଥାଇଲାଣ୍ଡ ଭୂମିକମ୍ପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଭୂମିକମ୍ପ। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଭୂମିକମ୍ପ ପରେ ଉପୁଜିଥିବା ପରିସ୍ଥିତି ପାଇଁ ସେ ବହୁତ ଚିନ୍ତିତ। ସେ ସମସ୍ତଙ୍କ ସୁରକ୍ଷା ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି। ଏହି ଦୁଃଖର ମୁହୂର୍ତ୍ତରେ, ଭାରତ ମିଆଁମାର ଏବଂ ଥାଇଲ୍ୟାଣ୍ଡକୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରସ୍ତୁତ। ଏନେଇ ସେ ପ୍ରସ୍ତୁତ ରହିବାକୁ ତାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ବୈଦେଶିକ ମନ୍ତ୍ରାଳୟକୁ ମିଆଁମାର ଏବଂ ଥାଇଲ୍ୟାଣ୍ଡ ସରକାରଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି। ଶୁକ୍ରବାର ସକାଳେ ମିଆଁମାରରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେରିକୀୟ ଭୂ-ବୈଜ୍ଞାନିକ ପର୍ଯ୍ୟବେକ୍ଷଣ ସଂସ୍ଥା ୟୁଏସଜିଏସରେ ଏହାର ତୀବ୍ରତା ୭.୫ ହେବ ବୋଲି ଜଣାଯାଇଛି। ଏହା ସହ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୭.୦ ଥିଲା ବୋଲି ସାମ୍ନାକୁ ଆସିଛି। ଭୂମିକମ୍ପରେ ଥାଇଲ୍ୟାଣ୍ଡ ମଧ୍ୟ ଥରି ଉଠିଛି। ଏଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……