ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୂମିକମ୍ପ ଯୋଗୁଁ ତୁର୍କୀରେ ୪୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ଏବେ ତଲାସୀ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗତ ୧୦୦ ବର୍ଷ ମଧ୍ୟରେ ଏହା ଅଧିକ ତୀବ୍ରତା ଥିବା ଭୂମିକମ୍ପ । ଗୋଟିଏ ଭୂମିକମ୍ପର ତୀବ୍ରତା ୭.୫ ଥିବା ବେଳେ ୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରାୟ ୬୬ ଥର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏଥିରେ ୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ପ୍ରାୟ ୫୬୦୬ଟି ଘର ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଅନ୍ତର୍ଜାତୀୟ ଫୋରମ୍ରେ ଭାରତକୁ ବାରମ୍ବାର ବିରୋଧ କରୁଥିବା ତୁର୍କୀକୁ ଭାରତ ସାହାଯ୍ୟର ହାତ ବଢାଇଛି । ଭୂମିକମ୍ପ ପାଇଁ ପ୍ରଥମ ରିଲିଫ୍ ସାମଗ୍ରୀ ପଠାଇବା ସହ ତଲାସୀ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ ଏଂବ ମେଡିକାଲ୍ ଟିମ୍କୁ ତୁର୍କୀ ପଠାଯାଇଛି । ଏଥିରେ ତଲାସୀ କୁକୁର ସହ ଉଦ୍ଧାରକାର୍ଯ୍ୟରେ ପାରଙ୍ଗମ ମହିଳା ଏବଂ ପୁରୁଷ ଅଧିକାରୀମାନଙ୍କୁ ପଠାଯାଇଛି । ଇସ୍ରାଇଲ୍ ସେନା ପକ୍ଷରୁ ୧୫୦ ଇଂଜିନିୟରଙ୍କ ସହ ମେଡିକାଲ୍ ଏବଂ ଅନ୍ୟ ସହାୟତା ପ୍ରଦାନ କରାଯାଇଛି |






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……