ରିପୋର୍ଟ କାର୍ଡ / କଟକ
ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଜୁନ ୧୨ ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଭାରତ-ସାଉଥ ଆଫ୍ରିକା ଟି-୨୦ ମ୍ୟାଚ। ମ୍ୟାଚକୁ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। କହିଛନ୍ତି କି, ଆସନ୍ତାକାଲି ଅପରାହ୍ନ ୩ଟାରୁ ଷ୍ଟାଡିୟମର ପ୍ରବେଶ ଗେଟ ଖୋଲାଯିବ। ଟିକେଟରେ ସ୍ପଷ୍ଟ ଭାବେ ଗେଟ୍ ନଂ ଉଲ୍ଲେଖ କରାଯାଇଛି। ତେଣୁ ଦର୍ଶକ ଅଯଥା ଭିଡ଼ ନ କରି ନିଜ ଟିକେଟରେ ଉଲ୍ଲେଖ ଥିବା ଗେଟ୍ ଦେଇ ଭିତରକୁ ପ୍ରବେଶ କରିପାରିବେ। ଷ୍ଟାଡିୟମ ଭିତରକୁ ପ୍ରବେଶ ନିମନ୍ତେ ସମସ୍ତଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ କାହାକୁ ବି ଭିତରକୁ ଛଡ଼ାଯିବନି। ଏଥିସହ ପ୍ରବେଶ ସମୟରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇ ଫୋପାଡ଼ି ହେବା ଭଳି ଜିନିଷ, ଖାଦ୍ୟ ତଥା ପାଣି ନେବା ପାଇଁ ଅନୁମତି ମିଳିବନି। ମୁଖ୍ୟତଃ ପାଣି ବୋତଲ, ଲାଠି, ହେଲମେଟ, ଲାଇଟର, ଦିଆସିଲି, ଛୁରୀ, ଖୁଚୁରା ପଇସା ପାଖରେ ରଖିଥିଲେ ଏହି ସବୁ ଜିନିଷକୁ ପ୍ରବେଶ ଅନୁମତି ମିଳିବନି। କେବଳ ମୋବାଇଲ, ଚଷମା ଛାଡ଼ି ଆଉ କିଛି ଜିନିଷକୁ ଅନୁମତି ମିଳିବନି। ଷ୍ଟାଡିୟମ ଭିତରେ ଓସିଏ ତରଫରୁ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।






More Stories
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……