Report Card Odisha

| Daily Odia News

ଅଷ୍ଟ୍ରେଲିଆରେ ପହଞ୍ଚିଲା ଭାରତୀୟ ଦଳ……

ରିପୋର୍ଟ କାର୍ଡ / ମୁମ୍ବଇ

ଅକ୍ଟୋବର ୧୬ ରୁ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବ। ଏହି ବିଶ୍ବକପ୍‌ ଖେଳିବା ଲାଗି ବହୁତ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳର ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚିଛି । ଗୁରୁବାର ସକାଳୁ ରୋହିତ ଶର୍ମା ନେତୃତ୍ବାଧୀନ ଭାରତୀୟ ଦଳ ମୁମ୍ବଇରୁ ଯାତ୍ରା ଆରମ୍ଭ କରିଥିଲା । ଅକ୍ଟୋବର ୧୬ରୁ ୨୧ ପର୍ଯ୍ୟନ୍ତ ଟି-୨୦ ବିଶ୍ବକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ। ୨୨ରୁ ମୁଖ୍ୟ ଟୁର୍ଣ୍ଣାାମେଣ୍ଟ ଖେଳାଯିବ। ଗ୍ରୁପ୍‌-୨ରେ ଥିବା ଭାରତ ଅକ୍ଟୋବର ୨୩ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳି ତା’ର ଅଭିଯାନ ଆରମ୍ଭ କରିବ। ୨୭ରେ ଯୋଗ୍ୟତା ହାସଲକାରୀ ଦଳ, ୩୦ରେ ଦକ୍ଷିଣ ଆଫ୍ରିକା, ନଭେମ୍ବର ୨ରେ ବାଂଲାଦେଶ ଓ ନଭେମ୍ବର ୬ରେ ଯୋଗ୍ୟତା ହାସଲକାରୀ ଦଳ ବିପକ୍ଷରେ ଭାରତ ଲିଗ୍‌ ମ୍ୟାଚ୍‌ ଖେଳିବ। ଗତବର୍ଷର ଟି୨୦ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟରୁ ଭାରତ ବିଦାୟ ନେଇଥିଲା। ଏଥର ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଘରୋଇମାଟିରେ ଗତବର୍ଷର ଚମ୍ପିଆନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଶୃଙ୍ଖଳା ଜିତିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇମାଟିରେ ପ୍ରଥମଥର ଭାରତ ଟି-୨୦ ଶୃଙ୍ଖଳା ଜିତିବା ପରେ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି । ଗୁରୁବାର ୧୪ ଜଣ ଭାରତୀୟ ଖେଳାଳି ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ଯଶପ୍ରୀତ ବୁମ୍‌ରା ଆହତ ଥିବାରୁ ଦଳରୁ ବାଦ୍‌ ପଡ଼ିଛନ୍ତି। ଖୁବ୍‌ ଶୀଘ୍ର ବୁମ୍‌ରାଙ୍କ ବଦଳ ଖେଳାଳି ଅଷ୍ଟ୍ରେଲିଆ ଯିବେ। ବିଶ୍ବକପ୍‌ ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ୍‌ ଖେଳିବ।

Breaking News