ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍ର ଶେଷ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ଏହି ୩ଟିକିଆ ଟି-୨୦ ସିରିଜ୍ ଏବେ ୧-୧ରେ ବରାବର ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍କୁ ଚମତ୍କାର ଭାବେ ଜିତିଥିବା ବେଳେ ଶୁକ୍ରବାର ଭାରତ କମବ୍ୟାକ୍ କରିଛି। ଓଦା ଫିଲ୍ଡ ଯୋଗୁ ମ୍ୟାଚକୁ ୮ ଓଭର କରାଯାଇଥିଲା। ଏହାକୁ ଅଧିନାୟକ ରୋହିତ ଶାର୍ମା ୪୬ ରନ ବଳରେ ଭାରତ ୬ ୱିକେଟରେ ଜିତି ନେଇଥିଲେ। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୯ ରନ ଦରକାର ଥିବା ବେଳେ ଦୀନେଶ କାର୍ତ୍ତିକ ଗୋଟିଏ ଛକା ଓ ପରେ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ। କାର୍ତ୍ତିକ ମାତ୍ର ଦୁଇଟି ବଲ୍ରେ ହିଁ ପ୍ରଶଂସା ସାଉଁଟିଛନ୍ତି। ସିରିଜ୍ ୧-୧ରେ ବରାବର ଥିବାରୁ ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ୍ ଗୁରୁତ୍ୱ ହେବ । ଏହି ମ୍ୟାଚ୍କୁ ଯିଏ ଜିତବ ସିଏ ଟ୍ରଫି ହାତେଇବ |






More Stories
ବାରବାଟୀ ମ୍ୟାଚ୍: ଆଜିଠୁ ଅନଲାଇନ୍ ଟିକେଟ୍……
ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଟାଟା ମୋଟର୍ସର ବିଶାଳ ଉପହାର…..
ବିଶ୍ଵ ଚମ୍ପିଆନ ଝିଅଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…..