ରିପୋର୍ଟ କାର୍ଡ / ମୁମ୍ବଇ
ଆଜି ବିଶ୍ୱକପରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟକ୍କର। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଏକ ଧମକପୂର୍ଣ୍ଣ ଟୁଇଟ୍ କରାଯାଇଥିବା ନେଇ ଜଣାପଡିଛି। ଟ୍ୱିଟର ମାଧ୍ୟମରେ ମୁମ୍ବଇ ପୋଲିସ କୁ ଏହି ଧମକପୂର୍ଣ୍ଣ ଟ୍ୱଇଟ୍ ମିଳିଛି। ମୁମ୍ବଇ ପୋଲିସ ଆକାଉଣ୍ଟକୁ ଟ୍ୟାଗ୍ କରି ସନ୍ଦିଗ୍ଧ ଧମକ ପୂର୍ଣ୍ଣ ଟୁଇଟ୍ କରିଛି। ୱାଙ୍ଖଡେ ଷ୍ଟାଡିୟମରେ ବଡଧରଣର ଅଘଟଣର ଚେତାବନୀ ଦିଆଯାଇ ଏହି ଟୁଇଟ ହୋଇଛି। ବନ୍ଧୁକ,ଗୁଳି ଏବଂ ହ୍ୟାଣ୍ଡଗ୍ରେନେଡ୍ ସହ ଫଟୋ ଟ୍ୟାଗ୍ କରିଛି ସନ୍ଦିଗ୍ଧ। ସନ୍ଦିଗ୍ଧର ଧମକ ପରେ ୱାଙ୍ଖଡେ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ପୋଲିସ ତଦନ୍ତ କରୁଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……