ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡ଼ିଶା ଆସୁଛନ୍ତି ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍। ଭୁବନେଶ୍ୱରରେ ପହଞ୍ଚିବା ପରେ ଖେଳାଳିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ବ୍ରୋଞ୍ଜ ବିଜେତା ଭାରତୀୟ ହକି ଦଳକୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ମଧ୍ୟାହ୍ନ ୧୨.୩୦ ମିନଟରେ ଭାରତୀୟ ହକି ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ସେଠାରୁ ଏକ ବିଶାଳ ରୋଡ଼ ସୋ’ରେ ଆସିବେ କଳିଙ୍ଗ ଷ୍ଟାଡିୟମ୍ । ପରବର୍ତ୍ତୀ ସମୟରେ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ଖେଳାଳିଙ୍କୁ ରାଜ୍ୟ ସରକାର ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ହକି ତାରକା ଅମିତ ରୋହିଦାସଙ୍କୁ ୪ କୋଟି ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ବ୍ରୋଞ୍ଜ ମେଡାଲ୍ ଜିତିବା ପରେ ଖେଳାଳିଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ।






More Stories
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..