ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ନୌସେନାର ଗୋଟିଏ ଚେତକ ହେଲିକପ୍ଟଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି | ନୌସେନାର ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ରିପୋର୍ଟରୁ ପ୍ରକାଶ, ଶନିବାର ଅପରାହ୍ନରେ ଭାରତୀୟ ନୌସେନା (ଆଏନ୍ଏସ୍)ର ଗୋଟିଏ ଚେତକ ହେଲିକପ୍ଟଟର ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଜନୈକ ନୌସେନା ଅଧିକାରୀ ରନ୍େଓ୍ଵରେ ହେଲିକପ୍ଟଟର ରୋଟର ବ୍ଲେଡ ସଂସ୍ପର୍ଶ ଆସି ଯାଇଥିଲେ। ଫଳରେ ରୋଟର ବ୍ଲେଡ ଧକ୍କାରେ ରନୱେ ଉପରେ ହିଁ ସଂପୃକ୍ତ ନୌସେନା ଅଧିକାରୀ ମୃତ୍ୟୁ ଘଟଥିଲା। ଦକ୍ଷିଣ ନୌସେନାର ଆଇଏନଏସ ଗରୁଡ ରନୱେରେ ଏହି ଦୁର୍ଘଟଣା ଘଟିଛି। ଏଠାରେ କମାଣ୍ଡ ମୁଖ୍ୟାଳୟର ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ହେଲିକପ୍ଟଟର ପାଇଲଟ ସମେତ ଅନ୍ୟଜଣେ ମଧ୍ୟ ଆହତ ହୋଇଛନ୍ତି। ଆହତ ଦୁଇଜଣ ଏବେ ନୌସେନା ମୁଖ୍ୟାଳୟରେ ଥିବା ସଞ୍ଜୀବନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ନିୟମିତ ପ୍ରଶିକ୍ଷଣ ସମୟରେ ହେଲିକପ୍ଟଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଭାରତୀୟ ନୌସେନା ପକ୍ଷରୁ ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ଦୁର୍ଘଟଣା ପରେ କୋଚି ହାର୍ବର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..