ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଳଦସ୍ୟୁ ବିରୋଧୀ ଅଭିଯାନ ମାଧ୍ୟମରେ ଭାରତୀୟ ନୌସେନା ଜାହାଜ ସୁମିତ୍ରା ଆଜି ସୋମାଲିଆର ପୂର୍ବ ଉପକୂଳ ଅନ୍ତର୍ଗତ ଆରବ ସାଗରରେ ୧୯ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିଛି| ଏନେଇ ଆଜି ‘ଏକ୍ସ’ ପୋଷ୍ଟ୍ରେ ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି। ୧୯ଜଣ ନାବିକ ଥିବା ପାକିସ୍ତାନୀ ମାଛଧରା ଜାହାଜ ଅଲ୍ ନଇମିକୁ ୧୧ଜଣ ସୋମାଲିଆ ଜଳଦସ୍ୟୁ ଅପହରଣ କରିନେବାକୁ ଉଦ୍ୟମ କରିଥିଲେ। ସୋମାଲିଆର ପୂର୍ବ ଏବଂ ଏଡେନ୍ ଉପସାଗର ଅଞ୍ଚଳରେ ଜଳଦସ୍ୟୁ ବିରୋଧୀ ଏବଂ ସାମୁଦ୍ରିକ ସୁରକ୍ଷା ଅଭିଯାନ ନିମନ୍ତେ ମୁତୟନ କରାଯାଇଥିବା ଭାରତୀୟ ନୌସେନାର ପାଟ୍ରୋଲିଙ୍ଗ୍ ଜାହାଜ ‘ଆଇଏନ୍ଏସ୍ ସୁମିତ୍ରା’ ତୁରନ୍ତ ଅଭିଯାନ ଚଳାଇ ଜଳଦସ୍ୟୁମାନଙ୍କର ଅପହରଣ ଉଦ୍ୟମ ଭଣ୍ଡୁର କରିଥିଲା। ସେତେବେଳେ ଅଲ୍ ନଇମି କେରଳର କୋଚି ଉପକୂଳଠାରୁ ୮୦୦ ମାଇଲ୍ ଦୂର ସମୁଦ୍ରରେ ଭାସି ବୁଲୁଥିଲା । ସୂଚନାଯୋଗ୍ୟ, ୨୪ ଘଣ୍ଟା ବ୍ୟବଧାନରେ ଏହା ହେଉଛି ଭାରତୀୟ ନୌସେନାର ଦ୍ବିତୀୟ ସଫଳ ଉଦ୍ଧାର ଅଭିଯାନ। ୨୪ ଘଣ୍ଟା ତଳେ ଅର୍ଥାତ୍ ରବିବାର ରାତିରେ ଭାରତୀୟ ନୌସନୋ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଇରାନ୍ରେ ପଞ୍ଜିକୃତ ମାଛମରା ଜାହାଜ ଏଫ୍ଭି ଇମାନ୍କୁ ଉଦ୍ଧାର କରିଥିଲା। ସେଥିରେ ୧୭ଜଣ ନାବିକ ଥିଲେ। ଜଳଦସ୍ୟୁମାନଙ୍କ କବଳରୁ ନାବିକମାନଙ୍କୁ ନିରାପଦରେ ମୁକ୍ତ କରିବା ଲାଗି ଭାରତୀୟ ନୌସେନାର ସାମୁଦ୍ରିକ କମାଣ୍ଡୋମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..