Report Card Odisha

| Daily Odia News

ଟ୍ରେନ୍‌ରେ ଜିନିଷ ଚୋରୀ ହେଲେ ଦାୟୀ ରେଳବାଇ,ଦେବ କ୍ଷତିପୂରଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଆପନଙ୍କ ଜିନିଷ ଚୋରୀ ହୋଇଯାଏ,ଏହାର ଭରଣା କରିବ ରେଳବାଇ | ଏନେଇ ଚଣ୍ଡିଗଡ଼ କନଜ୍ୟୁମର କମିଶନ ଟ୍ରେନ୍ ଯାତ୍ରୀଙ୍କ ହକ୍‌ରେ ଏହି ଗୁରୁତ୍ୱପୁର୍ଣ୍ଣ ଶୁଣାଣି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଅଣସଂରକ୍ଷିତ ବଗିରେ ଯାତ୍ରା ସମୟରେ କୌଣସି ଜିନିଷ ଚୋରୀ ହେଲେ ଏଥି ପାଇଁ ରେଳବାଇ ଦାୟୀ ରହିବ। ଚଣ୍ଡିଗଡ଼ କନଜ୍ୟୁମର କମିଶନ ଏକ ଚୋରୀ ମାମଲାରେ ଶୁଣାଣି କରି ରେଳବାଇକୁ ଏହି ଘଟଣା ପାଇଁ ଦାୟୀ କରିବା ସହିତ ଚୋରୀ ଜିନିଷ ପାଇଁ ୧.୦୮ ଲକ୍ଷ ଟଙ୍କା ଏବଂ ୫୦ ହଜାର ଜୋରିମାନା ଦେବାକୁ ରେଳବାଇକୁ କହିଥିଲେ। ଚଣ୍ଡିଗଡ଼ର ସେକ୍ଟର -୨୮ନିବାସୀ ରାମବୀରଙ୍କ ଅଭିଯୋଗ ଉପରେ ଗ୍ରାହକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାମବୀରଙ୍କ ପତ୍ନୀଙ୍କ ପର୍ସକୁ ଅମ୍ବାଲା ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ଛଡ଼ାଇ ନେଇଥିଲେ। ତାଙ୍କ ପର୍ସରେ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ଥିଲା। ପରେ ରାମବୀର ପୂର୍ବରୁ ରେଳବାଇ ବିରୋଧରେ ଜିଲ୍ଲା ଉପଭୋକ୍ତା କୋର୍ଟରେ ମାମଲା ଦାୟର କରିଥିଲେ। କିନ୍ତୁ, ତାଙ୍କ ମାମଲା ସେଠାରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଜିଲ୍ଲା ଉପଭୋକ୍ତା କୋର୍ଟଙ୍କ ଆଦେଶ ବିରୋଧରେ ରାମବୀର ରାଜ୍ୟ ଗ୍ରାହକ ଆୟୋଗରେ ଆବେଦନ କରିଥିଲେ।

Breaking News