Report Card Odisha

| Daily Odia News

ଟ୍ରେନ ଯାତ୍ରାବେଳେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଫାଇନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ପାଇଁ ଅନେକ ସହରରରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଫେରିଛି । ଏହାମଧ୍ୟରେ ଅନେକ ବ୍ୟକ୍ତି ଏବେବି ସଚେତନ ହେଉନାହାଁନ୍ତି । କରୋନାର ଦ୍ୱିତୀୟ ଲହରରେ ଟ୍ରେନ୍ ଚଳାଚଳ ଜାରି ରହିଥିଲେ ସୁଦ୍ଧା ଅନେକ ଯାତ୍ରୀ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି । ଏହାକୁ ନଜରରେ ରଖି କଠୋର ପଦକ୍ଷେପ ନେଇଛି ରେଳ ବିଭାଗ । ଏବେ ଟ୍ରେନ ଯାତ୍ରୀ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଫାଇନ ଦେବେ । ଟ୍ରେନ୍ କିମ୍ବା ରେଳ ପରିସରରେ ମାସ୍କ ନିପିନ୍ଧିଥିବା ଯାତ୍ରୀଙ୍କଠାରୁ ଏହି ଫାଇନ୍ ଆଦାୟ ହେବ । ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏପିର ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଗତ ୪ ଦିନ ହେବ ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଡୁଛି । ଦୈନିକ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । କହିବାକୁ ଗଲେ ଦେଶରେ କରୋନାର ସ୍ଥିତି ସଙ୍ଗୀନ ରହିଛି । ଅନେକ ରାଜ୍ୟରେ ମଧ୍ୟ କଟକଣା ଫେରିବା ସହ ଲକଡାଉନ୍ ଓ ସଟଡାଉନ୍ ଆଦି ଫେରିଛି ।

Breaking News