Report Card Odisha

| Daily Odia News

ପାକିସ୍ତାନରୁ ଗିରଫ ହେଲେ ଅଞ୍ଜୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୀମା ହାଇଦରର କାହାଣୀ ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି।ପ୍ରେମିକକୁ ଭେଟିବାକୁ ପାକିସ୍ତାନରେ ପହଞ୍ଚିଛନ୍ତି ଉତ୍ତରପ୍ରଦେଶର ମହିଳା ଅଞ୍ଜୁ।  ଫେସବୁକରେ ପାକିସ୍ତାନର ଖୈବର ନସରୁଲ୍ଲହାଙ୍କ ସହ ଅଞ୍ଜୁଙ୍କ ବନ୍ଧୁତା ହୋଇଥିଲା । ବନ୍ଧୁତା ପରେ ପରସ୍ପର ମଧ୍ୟରେ ପ୍ରେମ ହେବାରୁ ପାକିସ୍ତାନର ଖୈବର ନସରୁଲ୍ଲହାଙ୍କୁ ଭେଟିବାକୁ ସୀମା ପାର ହୋଇ ଯାଇଛନ୍ତି ଜନୈକା ମହିଳା ଅଞ୍ଜୁ। ସେ ସ୍ବାମୀ ଅରବିନ୍ଦ ଓ ପିଲାଙ୍କ ସହ ଭିୱାଡ଼ିରେ ଭଡ଼ା ଘରେ ରହୁଥିଲେ।ଜୟପୁର ଯିବା ବାହାନାରେ ଘରୁ ବାହାରିଥିଲେ । ହେଲେ ରବିବାର ସନ୍ଧ୍ୟାରେ ସ୍ବାମୀଙ୍କୁ ଲାହୋର ଯାଉଥିବା କହିଥିଲେ ଅଞ୍ଜୁ । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିବାବେଳେ ଡକୁମେଣ୍ଟ ଯାଞ୍ଚ ସରିବା ପରେ ଅଞ୍ଜୁଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

Breaking News