ରିପୋର୍ଟ କାର୍ଡ / ଭୁବନେଶ୍ବର
ଭାରତୀୟ ମହିଳା ହକି ତାରକା ଦୀପଗ୍ରେସ ଏକ୍କା ହକିରୁ ଅବସର ନେଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀପଗ୍ରେସ୍ ଅବସର ନେବା ପରେ କହିଛନ୍ତି ମୋତେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି। ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ଯାତ୍ରା ମୋ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା। ମୋର ଏହି ସଫଳ ଯାତ୍ରା ପାଇଁ ମୁଁ ହକି ଇଣ୍ଡିଆ, ଓଡିଶା ହକି ସଂଘ , ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଦୀପଗ୍ରେସ୍ ୨୦୧୧ ମସିହାରେ ମାତ୍ର ୧୭ ବର୍ଷ ବୟସରେ ହକିରେ ପାଦ ଦେଇଥିଲେ । ୨୦୧୩ରେ ଜର୍ମାନୀରେ ଆୟୋଜିତ ମହିଳା ଜୁନିୟର ହକି ବିଶ୍ୱକପ୍ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ୨୦୧୪ ଓ ୨୦୧୮ ମସିହାରେଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ମହିଳା ଦଳର ସଦସ୍ୟ ରହିଥିଲେ । ୨୦୧୧ ରୁ ୨୦୨୩ ମଧ୍ୟରେ ଦୀପଗ୍ରେସ୍ ମୋଟ୍ ୨୬୮ଟି ମ୍ୟାଚ୍ ଖେଳି ମୋଟ୍ ୨୪ଟି ଗୋଲ୍ କରିଛନ୍ତି। ଜାତୀୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ ପାଇଁ ୨୦୨୨ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….