ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ଭାରତର ଶାନ୍ତି ପ୍ରୟାସକୁ ପାକିସ୍ତାନ ଶତ୍ରୁତା ଏବଂ ବିଶ୍ୱାସଘାତକତାର ଜବାବ ଦେଇଛି। ଆମେ ଆଶା କରୁଛୁ ଯେ ପାକିସ୍ତାନ ଯଥାଶୀଘ୍ର ଭଲ ବୁଝାମଣାରେ ଆସିବ ଏବଂ ଶାନ୍ତିର ମାର୍ଗ ଅନୁସରଣ କରିବ। ଶପଥ ଗ୍ରହଣ ସମାରୋହରେ ମୁଁ ପାକିସ୍ତାନକୁ ନିମନ୍ତ୍ରଣ କରିଥିଲି, କିନ୍ତୁ ଶାନ୍ତି ପାଇଁ ପ୍ରତ୍ୟେକ ପ୍ରୟାସ ଶତ୍ରୁତା ଏବଂ ବିଶ୍ୱାସଘାତକତାର ସମ୍ମୁଖୀନ ହୋଇଥିଲା। ଆମେ ଆଶା କରୁଛୁ ଯେ ପାକିସ୍ତାନ ଭଲ ବୁଝାମଣାରେ ଆସିବ ଏବଂ ଶାନ୍ତିର ମାର୍ଗ ଆପଣାଇବ । ’’ମୁଁ ବିଶ୍ୱାସ କରେ ଯେ ପାକିସ୍ତାନର ଲୋକମାନେ ମଧ୍ୟ ଶାନ୍ତି ଚାହୁଁଛନ୍ତି କାରଣ ସେମାନେ ମଧ୍ୟ ସଂଘର୍ଷ, ଅଶାନ୍ତି ଏବଂ ନିରନ୍ତର ଆତଙ୍କବାଦରେ ରହି ଥକିଗଲେଣି । ଏମିତି ଏକ ଦେଶକୁ ଦେଖନ୍ତୁ ଯେଉଁଠି ନିରୀହ ପିଲାଙ୍କୁ ହତ୍ୟା କରାଯାଏ ଏବଂ ଅଗଣିତ ଜୀବନ ନଷ୍ଟ ହୋଇଯାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବି ଭାରତ ଶାନ୍ତି କଥା କହିଛି ତାହାର ଜବାବରେ ପାକିସ୍ତାନ ବିଶ୍ବାସଘାତକତା ଓ ଶତ୍ରୁତା ଦେଇଥାଏ । ଓସାମା ବିନ୍ ଲାଡେନ ପାକିସ୍ତାନରେ ଆଶ୍ରୟ ନେଇଥିଲା, ଆତଙ୍କବାଦ ପାକିସ୍ତାନର ମୂଳରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନେ ପକାଇ ଦେଇଛନ୍ତି। ଭାରତ ସହ ସଂଘର୍ଷର ବାଟ ବାଛିଛି ପାକିସ୍ତାନ ।
More Stories
ରମଜାନ ପରେ ବେଲୁଚିସ୍ତାନରେ ଗଣହତ୍ୟା ଆରମ୍ଭ କରିବ ପାକ୍ ସେନା…..
ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ….
ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ,…..