ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମ୍ୟାଁମାର ସହ ଲାଗିଥିବା ସୀମାରେ ଭାରତ ଖୁବ୍ଶୀଘ୍ର ତାରବାଡ଼ ଲଗାଇବ | ଏନେଇକେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି । ଭାରତ ତରଫରୁ ବାଂଲାଦେଶ ସହ ଲାଗିଥିବା ସୀମାରେ ତାରବାଡ଼ ଲଗାଯାଇଥିବା ବେଳେ ମ୍ୟାଁମାର ସୀମାରେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଶାହା ଗୁଆହାଟୀରେ ଆୟୋଜିତ ଆସାମ ରାଇଫଲର ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ତାରବାଡ଼ ଲଗାଯିବା ଫଳରେ ଭାରତ ଓ ମ୍ୟାଁମାର ମଧ୍ୟରେ ଥିବା ମୁକ୍ତ ଯାତାୟାତ ବ୍ୟବସ୍ଥାର ଅନ୍ତ ଘଟିବ। ଏହି ବ୍ୟବସ୍ଥା ଅନୁଯାୟୀ ଉଭୟ ଦେଶର ଜନସାଧାରଣ ବିନା ଭିସାରେ ପ୍ରତିପକ୍ଷ ଦେଶର ୧୬ କିମି ପର୍ଯ୍ୟନ୍ତରେ ଅବାଧରେ ଯାତାୟାତ କରି ପାରୁଥିଲେ। ସୂଚନାଥାଉ କି ଭାରତ ଓ ମ୍ୟାଁମାର ମଧ୍ୟରେ ୧୬୪୩ କିମିର ସୀମା ରହିଛି। ମ୍ୟଁାମାର ସୀମା ଭାରତର ମିଜୋରାମ, ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ସହ ଲାଗିଛି। ମୁକ୍ତ ଯାତାୟାତ ବ୍ୟବସ୍ଥାର ସୁଯୋଗ ନେଇ ମ୍ୟାଁମାରରୁ ବହସଂଖ୍ୟକ ବ୍ୟକ୍ତି ଭାରତରେ ଅନୁପ୍ରବେଶ କରି ରହି ଯାଉଥିବାରୁ ଏହାକୁ ରୋକିବାକୁ ଭାରତ ସରକାର ସୀମାରେ ତାରବାଡ଼ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……