ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ଗୁରୁବାର ରାତିରେ ଜମ୍ମୁରେ ଥିବା ଏୟାରଷ୍ଟ୍ରିପ ଉପରେ ରକେଟ ମାଡ଼ କରିଥିଲା |କିନ୍ତୁ ଭାରତ ଏହି ଆକ୍ରମଣକୁ ବିଫଳ କରିଛି। ଭାରତର S-400 ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ୮ଟି ପାକିସ୍ତାନୀ ମିସାଇଲକୁ ଗୁଳି କରି ଧ୍ବଂସ କରିଦେଇଛି। ଭାରତ ପାକିସ୍ତାନର ଦୁଇଟି JF-17 ଏବଂ ଗୋଟିଏ F-16 ଯୁଦ୍ଧବିମାନକୁ ମଧ୍ୟ ଖସାଇ ଦେଇଛି। ପାକିସ୍ତାନୀ ଆକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁର ଆରଏସ ପୁରା ଅଞ୍ଚଳରେ ବ୍ଲାକଆଉଟ ଲାଗୁ କରାଯାଇଛି, ଏବଂ ଏଠାରେ ଲଗାତାର ସାଇରନ ବାଜୁଛି। ବର୍ତ୍ତମାନ ଜମ୍ମୁ ସହରରେ ମୋବାଇଲ ନେଟୱାର୍କ ମଧ୍ୟ କାର୍ଯ୍ୟ କରୁନାହିଁ। ସତୱାରୀ କ୍ୟାମ୍ପ ଉପରେ ଆକ୍ରମଣର ଖବର ମିଳିଛି। ଅନ୍ୟପକ୍ଷରେ, କୁପୱାଡ଼ାରେ ମଧ୍ୟ ଭାରୀ ଗୋଳାବାରୀ ହୋଇଛି। ତଙ୍ଗଧାରରେ ମୋର୍ଟାର ଦ୍ୱାରା ମଧ୍ୟ ଭାରୀ ଗୋଳାବାରୀ ହୋଇଛି। ଏହା ସହିତ, ପୁଞ୍ଚ ଏବଂ ରାଜୌରୀରେ ମଧ୍ୟ ଭାରୀ ଗୁଳିବିନିମୟ ଚାଲିଛି। ଅନ୍ୟପଟେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ସମୟରେ ପାକିସ୍ତାନର କରାଚୀ ବନ୍ଦରରୁ ଏକାଧିକ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଭାରତୀୟ ନୌସେନା ପାକିସ୍ତାନର ପ୍ରମୁଖ ବାଣିଜ୍ୟ ଓ ସାମରିକ କେନ୍ଦ୍ର କରାଚୀ ବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଖବର ମିଳିଛି। ଏହି ଆକ୍ରମଣ ଅପରେସନ ସିନ୍ଦୂରର ଏକ ଅଂଶ ବୋଲି ଅନୁମାନ କରାଯାଉଛି, ଯେଉଁଥିରେ ଭାରତ ପାକିସ୍ତାନର ଆତଙ୍କବାଦୀ ଶିବିର ଏବଂ ସାମରିକ ସ୍ଥାପନାଗୁଡ଼ିକୁ ଟାର୍ଗେଟ କରିଛି। ସୂତ୍ର ଅନୁସାରେ, ଭାରତୀୟ ନୌସେନାର ପ୍ରଥମ ଦେଶୀୟ ବିମାନବାହୀ ଜାହାଜ ଆଇଏନଏସ ବିକ୍ରାନ୍ତ ଏବଂ ଅନ୍ୟାନ୍ୟ ଯୁଦ୍ଧଜାହାଜ ଆରବ ସାଗରରୁ କରାଚୀ ବନ୍ଦରରେ ସଠିକ ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି। ଏହି ଆକ୍ରମଣରେ ପାକିସ୍ତାନୀ ନୌସେନାର କେତେକ ଜାହାଜ ଏବଂ ବନ୍ଦରରେ ଥିବା ସାମରିକ ସ୍ଥାନ ଗୁଡିକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି।
More Stories
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..
ଇସ୍ରାଏଲ ନାଗରିକ କଶ୍ମୀର ଛାଡ଼…..