ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ। ୯୬ ବର୍ଷ ବୟସରେ ଫତିମା ଙ୍କର ଦେହାନ୍ତ ହୋଇଛି । ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୩୦ ଅପ୍ରେଲ, ୧୯୨୭ରେ କେରଳରେ ଜନ୍ମଗ୍ରହଣ କରିଥିଲେ ଫତିମା। ସେ ୧୯୮୯ରେ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ। ଏହି ସୌଭାଗ୍ୟ ସହ ସେ ଦେଶର ପ୍ରଥମ ସୁପ୍ରିମକୋର୍ଟ ମହିଳା ବିଚାରପତି ହୋଇ ପାରିଥିଲେ। ତାଙ୍କ ପରଲୋକରେ କେରଳ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ଶୋକ ପ୍ରକାଶ କରିଛନ୍ତି। ଗର୍ଗ ଏକ ବିବୃତ୍ତିରେ କହିଛନ୍ତି, “ଫତିମା ବିବି ଜଣେ ସାହସୀ ମହିଳା ଥିଲେ, ଯିଏକି ତାଙ୍କ ନାମରେ ଅନେକ ରେକର୍ଡ କରିଯାଇଛନ୍ତି। ସେ ଏପରି ଏକ ବ୍ୟକ୍ତିତ୍ୱ, ଯିଏ ଅନ୍ୟମାନଙ୍କୁ ଶିଖାଇଛନ୍ତି ଯଦି ଆଗ୍ରହ ଓ ଉଦ୍ୟମ ଥିବ ତେବେ କୌଣସି ସମସ୍ୟାକୁ ପ୍ରତିହତ କରିହେବ।।”






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……