Report Card Odisha

| Daily Odia News

ଓଡ଼ିଶାର ୩ ଐତିହ୍ୟ ସ୍ଥଳୀରେ ଝଲସିଲା ଜି-୨୦ ଲୋଗୋ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଡିସେମ୍ବର ୧ ରୁ ଭାରତ ଜି-୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଛି। ଏହି ଉପଲକ୍ଷେ ୧ ରୁ ୭ ଡିସେମ୍ବର ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦେଶର ୧୦୦ରୁ ଅଧିକ ଐତିହାସିକ କୀର୍ତ୍ତିସ୍ଥଳକୁ ଜି ୨୦ ଲୋଗୋ ସହ ଆଲୋକିତ କରାଯାଇଛି। ଓଡ଼ିଶାର ୩ଟି ଐତିହ୍ୟ ସ୍ଥଳୀ ଝଲସିଛି ଜି-୨୦ ଲୋଗୋ। ଦେଶବ୍ୟାପୀ ବିଭିନ୍ନ କୀର୍ତ୍ତିରାଜି ମଧ୍ୟରେ ନୂଆଦିଲ୍ଲୀର ହୁମାୟୁନ୍ ସମାଧିସୌଧ, ଲାଲକିଲ୍ଲା, ପୁରାନା କିଲା, କୁତୁବମିନାର, ହାଇଦ୍ରାବାଦର ଗୋଲକୋଣ୍ଡା ଦୁର୍ଗ, ଜମ୍ମୁ ଓ କାଶ୍ମୀରର ଶଙ୍କରାଚାର୍ଯ୍ୟ ମନ୍ଦିର, ତେଲେଙ୍ଗାନାର ରାମାପ୍ପା ମନ୍ଦିର, ରାଜସ୍ଥାନର ନାଗଡ଼ା ମନ୍ଦିର, କର୍ଣ୍ଣାଟକ ହମ୍ପିସ୍ଥିତ ଶ୍ରୀବୀରୂପାକ୍ଷ ମନ୍ଦିର ଓ ବିହାରର ପ୍ରାଚୀନ ନାଳନ୍ଦା ବିହାରକୁ ମଧ୍ୟ ଆଲୋକିତ କରାଯାଇଛି। ଏହି ଅବସରରେ ଓଡ଼ିଶାର ପୁରୀସ୍ଥିତ କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ବରସ୍ଥିତ ରାଜାରାଣୀ ମନ୍ଦିର, ଖଣ୍ଡଗିରି ଏବଂ ଉଦୟଗିରି ଉପରେ ଥିବା ପ୍ରାଚୀନ ଗୁମ୍ଫା, ପ୍ରାଚୀନ କିର୍ତ୍ତିରାଜି ଓ ଐତିହ୍ୟକୁ ଜି-୨୦ ଲୋଗୋରେ ଉଦ୍‌ଭାସିତ କରାଯାଇଛି।

Breaking News