Report Card Odisha

| Daily Odia News

ଜି -୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଭାରତ ‘ଜି ୨୦’ର ଅଧ୍ୟକ୍ଷତା ଗ୍ରହଣ କରିବ | ଦେଶର ୧୦୦ଟି ସ୍ମାରକୀ ଜି -୨୦ ଲୋଗୋ ସହିତ ଆଲୋକିତ ହେବ। ଏହି ଲୋଗୋରେ ଭାରତର ଜାତୀୟ ପତାକାର ରଙ୍ଗ ସମୂହ ପ୍ରତିଫଳିତ ହୋଇଛି। ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି ବସୁଧୈବ କୁଟୁମ୍ବକମ୍ ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ। ସୂଚନା ଅନୁଯାୟୀ, ଏହି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଭାରତ ପାଇଁ ଏକ ବଡ଼ ସୁଯୋଗ ଯାହା ବିଶ୍ୱରେ ଭାରତର ବାର୍ତ୍ତାକୁ ପହଞ୍ଚେଇବାରେ ସହାୟକ ହେବ। ଏଥିଲାଗି ଏକ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରାୟ ୨୦୦ଟି ବୈଠକ ହେବ। ଆଜିଠୁ ଆରମ୍ଭ କରି ବର୍ଷକ ପର୍ଯ୍ୟନ୍ତ ଭାରତ ‘ଆନ୍ତର୍ଜାତିକ ଅର୍ଥନୈତିକ ସମବାୟ’ ସାମ୍ମୁଖ୍ୟ ‘ଜି୨୦’ର ଅଧ୍ୟକ୍ଷତା କରିବ। ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ୍‌, କାନଡା, ଚୀନ୍‌, ଫ୍ରାନ୍‌ସ୍‌, ଜର୍ମାନି, ଭାରତ, ଇଣ୍ଡୋନେସିଆ, ଇଟାଲି, ଜାପାନ, କୋରିଆ ସାଧାରଣତନ୍ତ୍ର, ମେକ୍ସିକୋ, ରୁଷ୍‌, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଇଂଲଣ୍ଡ୍‌, ଆମେରିକା ଓ ୟୁରୋପୀୟ ସଂଘକୁ ନେଇ ‘ଜି୨୦’ ଗଠିତ। ପ୍ରଥମ ସଭା ‘ଜି୨୦ ଶେର୍ପା ମିଟ୍‌’ ଡିସେମ୍ବର ପ୍ରଥମ ସପ୍ତାହରେ ଉଦୟପୁରରେ ଆୟୋଜନ କରାଯିବ। ଉଲ୍ଲେଖଯୋଗ୍ୟ, ଗତ ସଂସ୍କରଣର ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ଅମୃତକାଳ’ ଚାଲିଥିବା ବେଳେ ଭାରତ ‘ଜି୨୦’ ଅଧ୍ୟକ୍ଷତା ପାଇଛି। ସେ ଶାନ୍ତି, ଏକତା ଅଥବା ନିରନ୍ତର ବିକାଶ ହେଉ ଆମକୁ ବିଶ୍ବ କଲ୍ୟାଣ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏ ସବୁ କ୍ଷେତ୍ରରେ ଥିବା ସମସ୍ୟା ନିମନ୍ତେ ଭାରତ ନିକଟରେ ସମାଧାନର ଉପାୟ ରହିଛି। ଆମେ ଏହାର ‘ଥିମ୍‌’ ରଖିଛୁ: ଏକ ବିଶ୍ବ, ଏକ ପରିବାର, ଏକ ବଭିଷ୍ୟତ।

Breaking News