ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଗତକାଲି ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଂଗ ଉଠାଇବା ପରେ ପାକିସ୍ତାନକୁ କଡାଜବାବ ଦେଇଛି ଭାରତ। କହିଛି ଯେ ଏକ ଦେଶ, ଯେଉଁଠି ଅଲ୍-କାଏଦା ନେତା ଓସାମା ବିନ୍ ଲାଡେନ୍ ପରି ଆତଙ୍କବାଦୀ ସୃଷ୍ଟି କରାଇ ପଡ଼ୋଶୀ ଦେଶ ସଂସଦ ଉପରେ ଆକ୍ରମଣ କରାଉଛି, ଜାତିସଂଘରେ ଉପଦେଶ ଦେବାର କୌଣସି ପ୍ରମାଣପତ୍ର ନାହିଁ। ଏଠାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୈଶଙ୍କର ଆହୁରି ବି କହିଛନ୍ତି ଯେ ଜାତିସଂଘର ବିଶ୍ବସନୀୟତା ଆମ ସମୟର ପ୍ରମୁଖ ଚ୍ୟାଲେଞ୍ଜ୍ ତାହା ମହାମାରୀ ହେଉ, ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ଆତଙ୍କବାଦୀ ଆକ୍ରମଣର ପ୍ରଭାବର ପ୍ରତିକ୍ରିୟା ଉପରେ ନିର୍ଭର କରେ। ଜାତିସଂଘ ସୁରକ୍ଷା ପରିଷଦରେ ‘ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ତଥା ସୁଧାରିତ ବହୁପକ୍ଷ ପାଇଁ ଏକ ନୂଆ କିରଣ’ ବିଷୟ ଉପରେ ଅଧ୍ୟକ୍ଷତା କରି ଜୈଶଙ୍କର କହିଛନ୍ତି ଯେ ‘ଆମେ ସ୍ପଷ୍ଟ ରୂପେ ଆମେ ବହୁପକ୍ଷବାଦ ଉପରେ ସୁଧାର ଆଣିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ। ଏଥିରେ ସ୍ବାଭାବିକ ଭାବେ ଆମର ନିଜର ବିଚାର ହେବ। କିଛି ନହେଲେ ସମାନତା ତ ବୃଦ୍ଧି ପାଉଛି। ଏଥିରେ ଆଉ ବିଳମ୍ବ କରାଯାଇ ପାରିବ ନାହିଁ।’ ସିଧାସଳଖ କେଉଁ ଦେଶର ନାମ ନନେଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ପ୍ରତ୍ୟେକ୍ଷ ଭାବେ କହିଛନ୍ତି ଯେ ଦୁନିଆ ଯାହାକୁ ଗ୍ରହଣ କରୁନାହିଁ, ତାକୁ ଠିକ୍ ବୋଲି କହିବାର ପ୍ରଶ୍ନ ଉଠୁନି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ଲସ୍କର-ଏ-ତୋଏବା ଓ ଜେଅଶ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନେ ସଂସଦରେ ଆକ୍ରମଣ କରିଥିଲେ।






More Stories
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..