Report Card Odisha

| Daily Odia News

ବିବାହ ପୂର୍ବରୁ ସେକ୍ସ ମନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲ

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଲେ ଦଣ୍ଡ ଭୋଗିବାକୁ ପଡ଼ିବ। ଏମିତି କିଛି କଠୋର ଆଇନ୍ ଆଣିବାକୁ ଯାଉଛି ଇଣ୍ଡୋନେସିଆ। ଏ ସମ୍ପର୍କରେ ଇଣ୍ଡୋନେସିଆ ସଂସଦ ଏକ ନୂତନ ଅପରାଧିକ ବିଲ୍‌ ପାସ୍‌ କରିବାକୁ ଯାଉଛି। ଏହି ବିଲ ଅନୁଯାୟୀ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ ବା ପ୍ରିମେରିଟାଲ ସେକ୍ସ ହେଲେ ଅଭିଯୁକ୍ତଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ। ସ୍ଥାନୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି। ଏ ସମ୍ପର୍କରେ ଏକ ଚିଠା ପ୍ରସ୍ତୁତ ସରିଥିବା ବେଳେ ଏହାକୁ ଇଣ୍ଡୋନେସିଆ ସଂସଦରେ ଉପସ୍ଥାପନ କରାଯିବ। ଆସନ୍ତା ଦିନରେ ଏହି ବିଲ୍‌ ପାରିତ ହେବ ବୋଲି ଆଶା କରାଯାଉଛି। ଯଦି ଏହି ବ୍ୟଭିଚାର ସମ୍ପର୍କରେ କେହି ସ୍ୱାମୀ କିମ୍ବା ସ୍ତ୍ରୀ ଅଭିଯୋଗ ଆଣନ୍ତି କିମ୍ବା କୌଣସି ପିଲା ଯେଉଁ ବାପା-ମାଙ୍କ ଔରସରୁ ଜନ୍ମ ହୋଇଥିବେ ଅଥଚ ବିବାହ ବନ୍ଧନରେ ଆବଦ୍ଧ ନହୋଇ ଦାୟିତ୍ୱରୁ ଖସିବାକୁ ଚାହୁଁଥିବେ ସେ କ୍ଷେତ୍ରରେ ଏହି ଆଇନ୍ ପ୍ରୟୋଗ ହେବ। ଧାରା ୧୪୪ ଅନୁଯାୟୀ କୁହାଯାଇଛି ଯଦି ଟ୍ରାଏଲ ହେବା ପୂର୍ବରୁ କେହି ଚାହାନ୍ତି ତେବେ ମାମଲା ପ୍ରତ୍ୟାହାର କରିନେଇପାରିବେ। । ଏହି ବିଲ ତିନି ବର୍ଷ ପୂର୍ବେ ପାରିତ ହେବାର ଥିଲା । କିନ୍ତୁ ଏହି ଆଇନ ବିରୋଧରେ ଦେଶବ୍ୟାପି ବିରୋଧ ହେବା ଯୋଗୁ ଏହାକୁ ସ୍ଥଗିତ ରଖାଯାଥିଲା। ଶହ ଶହ ସଂଖ୍ୟାର ଲୋକେ ରାସ୍ତାକୁ ଓହ୍ଲାଇ ସେମାନଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା କ୍ଷୁର୍ଣ୍ଣ ହେବା ଅଭିଯୋଗ ଆଣି ଏହାକୁ ଜୋରଦାର ବିରୋଧ କରିଥିଲେ । କିନ୍ତୁ ନଭେମ୍ବରରେ ଜାକର୍ତ୍ତାର ସଂସଦ କମ୍ପ୍ଲେକ୍ସରେ ଆଲୋଚନା ହେବା ପରେ ପୁଣି ଥରେ ଏହି ଆଇନ୍‌କୁ ଲାଗୁ କରିବା ନେଇ କଥା ଉଠିଛି।

Breaking News