ରିପୋର୍ଟ କାର୍ଡ / ବେଙ୍ଗାଲୁରୁ
ଇନ୍ଫୋସିସ୍ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି | ବୟସ, ଲିଙ୍ଗଗତ ଓ ଜାତୀୟତାକୁ ନେଇ ଇନ୍ଫୋସିସ୍ ପାତରଅନ୍ତର ନୀତି ରଖିଥିବା ନେଇ ଅଭିଯୋଗ କରାଯାଇଛି। କଂପାନିର ପ୍ରତିଭା ଅଧିଗ୍ରହଣ ବିଭାଗର ପୂର୍ବତନ ଉପସଭାପତି ଜିଲ୍ ପ୍ରିଜିନ୍ ସେହି ଅଭିଯୋଗ କରିଛନ୍ତି। ନ୍ୟୁୟର୍କ ସଦର୍ଣ୍ଣ ଡିଷ୍ଟ୍ରିକ୍ଟ୍ର ଆମେରିକା ଡିଷ୍ଟ୍ରିକ୍ଟ କୋର୍ଟଙ୍କୁ ସେ ଜଣାଇଛନ୍ତି ଯେ ଭାରତୀୟ ବଂଶୋଦ୍ଭବ, ସନ୍ତାନ ଥିବା ମହିଳା ଏବଂ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ନିଯୁକ୍ତି ସମୟରେ ଏଡ଼ାଇଯିବାରୁ ତାଙ୍କୁ କଂପାନି କହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ୨୦୧୮ରେ ଇନ୍ଫୋସିସ୍ରେ ଯୋଗ ଦେବା ପରେ ସେ ଏହି ସଂସ୍କୃତି ବିଷୟରେ ଜାଣିବାକୁ ପାଇଥିଲେ। ତାହାକୁ ବଦଳାଇବା ଲାଗି ସେ ଉଦ୍ୟମ କରିଥିଲେ ମଧ୍ୟ ଇନ୍ଫୋସିସ୍ର ସହଯୋଗୀ ସଂସ୍ଥା କୁର୍ଜ ଏବଂ ଡାନ୍ ଅଲ୍ବ୍ରାଇଟ୍ ତାହାକୁ ବିରୋଧ କରିଥିଲେ। ପ୍ରିମିନ୍ ଦାଖଲ କରିଥିବା ମାମଲାକୁ ରଦ୍ଦ କରିବା ଲାଗି ଇନ୍ଫୋସିସ୍ ଏକ ମାମଲା ରୁଜୁ କରିଥିଲା। ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ଆସନ୍ତା ୨୧ ଦିନ ଭିତରେ ଏହି ମାମଲା ସମ୍ପର୍କରେ ଜବାବ ରଖିବାକୁ କୋର୍ଟ କଂପାନିକୁ କହିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..