ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶାରୀରିକ ଅସୁସ୍ଥତା ହେତୁ ନୀରଜ ଚୋପ୍ରା ଆଗାମୀ ୨୮ ତାରିଖରେ ହେବାକୁ ଥିବା ୨୦୨୨ କମନ୍ୱେଲ୍ଥ ଗେମ୍ସରେ ଖେଳିପାରିବେ ନାହିଁ | ଏହି ଇଭେଣ୍ଟରେ ନୀରଜ ଚୋପ୍ରାଙ୍କ ଠାରୁ ଜାଭେଲିନ୍ ଥ୍ରୋରେ ଏକ ସ୍ୱର୍ଣ୍ଣ ପଦକ ଆଶା କରାଯାଉଥିଲା । ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ର ସାଧାରଣ ସଂପାଦକ ରାଜୀବ ମେହେତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ନୀରଜ ଶତପ୍ରତିଶତ ସୁସ୍ଥ ନଥିବାରୁ ସେ କମନ୍ୱେଲ୍ଥ ଗେମ୍ସରେ ଖେଳିବେ ନାହିଁ । ତାଙ୍କୁ ୨୦ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ବିଶ୍ବ ଆଥଲେଟିକ୍ ଚାମ୍ପିୟନ୍ସିପ୍ରେ ଆହତ ହୋଇଥିଲେ। ଉଲ୍ଲେଖ ଯୋଗ୍ୟ- ନିଜ ଚୋପ୍ରା ନିକଟରେ ବିଶ୍ବ ଦୌଡ଼କୁଦ ଚାମ୍ପିୟନ୍ସିପ୍ସ୍ରେ ନୀରଜ ଚୋପ୍ରା ୮୮.୧୩ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନ ଅଧିକାର କରି ଦେଶକୁ ରୌପ୍ୟ ପଦକ ଦେଇଛନ୍ତି |
More Stories
‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ….
ଲୁସାନେ ଡାଇମଣ୍ଡ ଲିଗ୍ ଦ୍ୱିତୀୟରେ ନୀରଜ ଚୋପ୍ରା……
ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ…..