Report Card Odisha

| Daily Odia News

ଶରତ ପଟ୍ଟନାୟକଙ୍କୁ କାଳିମାଡ଼…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡିଶା ପ୍ରଦେଶ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ ହୋଇଛି। କଂଗ୍ରେସ ଭବନରେ ପଶି କିଛି ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାଯାଇଛି। ଆଜି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ତାଙ୍କ ଚ୍ୟାମ୍ବରକୁ ପଶି ଆସିଥିଲେ। ପିସିସି ସଭାପତିଙ୍କ ଉପରେ ଯୁବକମାନେ କାଳିମାଡ଼ କରିଥିଲେ ଓ ପରେ ସେଠାରୁ ପଳାଇ ଯାଇଥିଲେ। ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପସିସି ସଭାପତିଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ତେବେ କେଉଁ କାରଣ ପାଇଁ ପିସିସି ସଭାପତିଙ୍କୁ କାଳିମାଡ଼ କରାଗଲା ତାହା ଜଣାପଡ଼ିନାହିଁ। ଶରତ ପଟ୍ଟନାୟକ କହିଛନ୍ତି, ଛାତ୍ର ଜୀବନରୁ ମୁଁ ରାଜନୀତି କରି ଆସିଛି।  ଏହି ସମୟ ଭିତରେ ରାଜନୀତିରେ ଉତ୍‌ଥାନ ଓ ପତ୍ତନ ଦେଖିଛି। ରାଜନୀତିରେ ଏପରି ହୁଏ। ଏଥିରେ ଭୟବୀତ ହେବାର କୌଣସି କାରଣ ନାହିଁ। ସରକାରଙ୍କ ବିରୋଧରେ କିଛି କାର୍ଯ୍ୟକ୍ରମ କରାଯିବାର ଅଛି।ଏଥିପାଇଁ କିଛି ଦୁର୍ବୃତ୍ତମାନେ ଆସି ଏପରି କାଣ୍ତ କରିଛନ୍ତି। ଭଗବାନ ସେମାନଙ୍କୁ ସତ୍‌ବୃଦ୍ଧି ଦିଅନ୍ତୁ। ସେ ଆହୁରି କହିଛନ୍ତି, କଂଗ୍ରେସକୁ ଦବେଇବାକୁ ଚେଷ୍ଟା କଲେ ଦବାଇ ହେବ ନାହିଁ।  ଲଢ଼େଇ ନିଶ୍ଚିତ ହେବ। ଆମେ କାହାକୁ ଚିହ୍ନିନାହୁଁ।ପୋଲିସ ସେମାନଙ୍କୁ ଚିହ୍ନଟ କରିବ। କଂଗ୍ରେସ ଦଳକୁ ଭୟବୀତ କରିବା ପାଇଁ  ଏପରି କରାଯାଇଛି। ମୁଁ ଲଢ଼େଇ କରିବି। କୌଣସି ପରିସ୍ଥିତିରେ ମୋତେ କେହି ଦବାଇ ପାରିବେ ନାହିଁ।

Breaking News