ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାଏତଙ୍କ ଉପରକୁ କାଳି ମାଡ ହୋଇଛି | ଆଜି ସେ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ | ଏହି ସମୟରେ ରାକେଶ ଟିକାୟତ ଏବଂ ଯୁଦ୍ଧବୀର ସିଂହଙ୍କୁ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଛି। କାର୍ଯ୍ୟକ୍ରମ ସମୟରେ ଉଭୟ ନେତାଙ୍କ ଉପରେ କାଳି ମାଡ ହୋଇଥିବା ସୂଚନା ମିଳିଛି । କୃଷକ ନେତା ଚନ୍ଦ୍ରଶେଖରଙ୍କ ସମର୍ଥକ ତାଙ୍କ ଉପରେ କାଳି ଫିଙ୍ଗିଥିବା କହିଛନ୍ତି ରାକେଶ ଟିକାୟତ। ରାଜଧାନୀ ବେଙ୍ଗାଲୁରୁରେ ଜାରି ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଘଟିଛି | ଏହାପରେ କୃଷକ ନେତାଙ୍କ ସମର୍ଥକମାନେ କାଳି ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଧରି ମାଡ ମାରିଥିଲେ । ପରେ ପରେ କ୍ଲବରେ ହଙ୍ଗାମା ହେବା ସହ ଲୋକେ ପରସ୍ପର ଉପରକୁ ଚୌକି ଫିଙ୍ଗିଥିଲେ । ସୂଚନାଯୋଗ୍ୟ ଟିକାଏତ ଏକ ସ୍ଥାନୀୟ ଚ୍ୟାନେଲର ଷ୍ଟିଙ୍ଗ ଅପରେଶନ ଭିଡିଓକୁ ନେଇ ସଫେଇ ଦେବା ଲାଗି ପ୍ରେସ କନଫରେନ୍ସର ଆୟୋଜନ କରିଥିଲେ । ବିଶେଷ ସୂତ୍ରରୁ ମିଳିଥିବାସୂଚନା ଅନୁସାରେ, ଭିଡିଓରେ କର୍ନାଟକର କୃଷକ ନେତା କୋଡିହଲ୍ଲି ଚନ୍ଦ୍ରଶେଖରଙ୍କୁ ଟଙ୍କା ମାଗିବା ସମୟରେ କ୍ୟାମେରାରେ ରେକର୍ଡ କରାଯାଇଥିଲା । ଏହି ଭିଡିଓକୁ ନେଇ ରାକେଶ ଟିକାଏତ ଓ ଯୁଦ୍ଧବୀର ଜନତାଙ୍କୁ ମିଡିଆ ମାଧ୍ୟମରେ ସ୍ପଷ୍ଟ କରିବାକୁ ଚାହୁଁଥିଲେ କି ଏମାନେ ଏଥିରେ ସାମିଲ ନାହାନ୍ତି ଓ କୃଷକଙ୍କ ସହ ଧୋକା କରୁଥିବା କୃଷକ ନେତା କୋଡିହଲ୍ଲି ଚନ୍ଦ୍ରଶେଖରଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..