ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଭାରତୀୟ ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧପୋତ ‘ବାଗିର’ । ବୁଡ଼ାଜାହାଜକୁ ନୌସେନା ଆଡମିରାଲ୍ ଆର ହରି.କୁମାର ଶୁଭାରମ୍ଭ କରିଛନ୍ତି । ଭାରତୀୟ ନୌସେନା ପଞ୍ଚମ କଳାବରୀ ଶ୍ରେଣୀର ବୁଡ଼ାଜାହାଜ ‘ବାଗିର’କୁ ଆଜି ନୌସେନାରେ ସାମିଲ କରାଯାଇଥିବା ବେଳେ ଏହା ଫ୍ରାନ୍ସ ସ୍ଥିତ ଏମଏସ ନାଭାଲ ଗ୍ରୁପ୍ ସହଯୋଗରେ ମୁମ୍ବାଇର ମାଜାଗନ୍ ଡକ୍ ସିପ୍ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମିତ ହୋଇଛି । ଆଇଏନଏସ୍ ‘ବାଗିର’ରୁ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଛି । ଏହି ବୁଡ଼ାଜାହାଜର ବିଶେଷତ୍ୱ ହେଉଛି ଏହି ବୁଡ଼ାଜାହାଜକୁ ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ, ଗୁପ୍ତଚର ସଂଗ୍ରହ, ସମୁଦ୍ରରେ ଲ୍ୟାଣ୍ଡମାଇନ୍ ଲଗାଇବା ଏବଂ ତଦାରଖ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ଏହା ସମୁଦ୍ର ଜଳ ଉଭୟ ଉପକୂଳ ଏବଂ ସମୁଦ୍ରର ମଧ୍ୟଭାଗରେ ନିୟୋଜିତ ହୋଇପାରିବ । ଏହି ବୁଡ଼ାଜାହାଜର ପରୀକ୍ଷା କରାଯାଇ ସାରିଛି । ‘ବାଗିର’ ସମୁଦ୍ରରେ ଘଣ୍ଟା ପ୍ରତି ୩୭ କିଲୋମିଟର ବେଗରେ ଚାଲିପାରିବ । ଏହି ବୁଡ଼ାଜାହାଜ ସମୁଦ୍ର ପୃଷ୍ଠରେ ଏକାବେଳେ ୧୨ ହଜାର କିଲୋମିଟର ଦୂରତା ଯାତ୍ରା କରିପାରିବ । ‘ବାଗିର’ ସମୁଦ୍ରରେ ସର୍ବାଧିକ ୩୫୦ ମିଟର ଗଭୀରତାକୁ ଯାଇ ୫୦ ଦିନ ପର୍ଯ୍ୟନ୍ତ ନିରନ୍ତର ସମୁଦ୍ର ତଳେ ରହିପାରିବ ବୋଲି କୁହାଯାଇଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..