ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା | ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତ ଜାହାଜ ଭାରତୀୟ ନୌସେନାରେ ସାମିଲ ହୋଇଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି। ଏହା ହେଉଛି ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ INS ବିକ୍ରାନ୍ତ। ଏହି ଜାହାଜ ସରକାରୀ ଅନୁକରଣ ନୌସେନାର ଶକ୍ତି ଦ୍ୱିଗୁଣିତ କରିବ। କୋଚିନ୍ ସିପିୟାର୍ଡରେ ନିର୍ମିତ ଏହି ବିମାନ ପରିବହନକାରୀଙ୍କ ନିର୍ମାଣ ପାଇଁ ୨୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାର ଘଣ୍ଟାପ୍ରତି ବେଗ ୫୨ କିମି। ଦୀର୍ଘ ଏକ ବର୍ଷ ଧରି ସମୁଦ୍ର ମଧ୍ୟରେ ଟ୍ରାଏଲ କରାଯିବା ପରେ ଏହାକୁ ନୌସେନାରେ ସାମିଲ କରାଯାଇଛି। ଏହାର ଲମ୍ବ ୨୬୨ ମିଟର, ଉଚ୍ଚତା ୫୯ ମିଟର ଓ ଚଉଡ଼ା ୬୨ ମିଟର। ଆଇଏନଏସ୍ ବିକ୍ରମାଦିତ୍ୟ ପରେ ଏହା ଭାରତରେ ନିର୍ମାଣ ହୋଇଥିବା ୨ୟ ଯୁଦ୍ଧ ଜାହାଜ। ଦୁଇଟି ଫୁଟବଲ ପଡ଼ିଆ ଯେତିକି ବଡ଼, ଏହି ଯୁଦ୍ଧ ଜାହାଜ ଏଣ୍ଡ ଟୁ ଏଣ୍ଡ ସେତିକି ବଡ଼। ଏହାର ଉଚ୍ଚତା ମଧ୍ୟ ୧୮ଟି ଫ୍ଲୋର ସହ ସମାନ।ଏହାର ହ୍ୟାଙ୍ଗରର ଆକାର ଠିକ୍ ଦୁଇଟି ଅଲିମ୍ପିକ୍ସ ପୁଲର ସାଇଜ ଭଳି। ପ୍ରାଥମିକ ଅବସ୍ଥାରେ ମିଗ୍ ଯୁଦ୍ଧ ବିମାନ ଓ ହେଲିକପ୍ଟରକୁ ଏହା ପରିବହନ କରିବ। ପରବର୍ତ୍ତୀ ଅବସ୍ଥାରେ ନୌସେନା ଆଭିଏସନ ଟ୍ରାଏଲ ଆରମ୍ଭ କରିବ। ଆଇଏନଏସ୍ ବିକ୍ରାନ୍ତ ୧୬ ଶହ କ୍ରୁ, ୩୦ଟି ଫାଇଟର ଜେଟ୍ ଓ ଏକାଧିକ ହେଲିକପ୍ଟରକୁ ପରବିହନ କରିବାର କ୍ଷମତା ରଖିଛି। ମିଗ୍-୨୯କେ, କାମୋଭ-୩୧ ଏବଂ ଏମ୍ଏଚ୍-୬୦ ଆର୍ ଭଳି ଯୁଦ୍ଧରେ ନିପୁଣ ଜେଟ ଏଥିରେ ମୁତୟନ ହେବେ। ଯୁଦ୍ଧ ଜାହାଜରେ ଥରେ ଇନ୍ଧନ ଭରିଲେ ଏହା ସମୁଦ୍ରରେ ସାଢେ ୭ ହଜାର ଦୂରତା ଅତିକ୍ରମ କରିପାରିବ। ଜାହାଜରେ ଏକ ମିସିନ ଲାଗିଛି ଥରକେ ୩ ହଜାର ରୁଟି ବାହାରିବ। ଏହାକୁ ତିଆରି କରିବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଛି। ଜାହାଜରେ ୧୬ ବେଡ ବିଶିଷ୍ଟ ହସ୍ପିଟାଲ, ୨୫୦ ତୈଳ ଟ୍ୟାଙ୍କର ଓ ୨୪ ଶହ କମ୍ପାର୍ଟମେଣ୍ଟ ରହିଛି। ଏହି ଆଇଏନଏସ୍ ବିକ୍ରାନ୍ତର ଜଳାବତରଣ ଓ ବ୍ୟାଜ୍ ଉନ୍ମୋଚନରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ, କେରଳ ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..