Report Card Odisha

| Daily Odia News

ଇନସାଟ୍-3DSର ଉତକ୍ଷେପଣ ସଫଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ  

ଇସ୍ରୋର ପାଣିପାଗ ଉପଗ୍ରହ ଇନସାଟ୍-3DSର ଉତକ୍ଷେପଣ ସଫଳ ହୋଇଛି। ଶନିବାର ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ INSAT-3DSର ସଫଳତାପୂର୍ବକ ଉତକ୍ଷେପଣ କରିଛି ଇସ୍ରୋ। ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ GSLV-14 ମାଧ୍ୟମରେ ଉତକ୍ଷେପଣ ହୋଇଛି INSAT-3DS ବା ଇନସାଟ୍-3DS। ଏହି ସାଟେଲାଇଟ ମାଧ୍ୟମରେ ଏକ ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ରଖିଛି ଇସ୍ରୋ। ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର ନୂଆ ମିଶନ୍ ହେଉଛି ନସାଟ୍-3DS। ଏହା ଜିଓଷ୍ଟେସନାରୀ କକ୍ଷପଥରେ ପହଞ୍ଚିବା ପରେ ପାଣିପାଗ ବାବଦରେ ସଠିକ୍ ପୂର୍ବାନୁମାନ ପାଇବା ସହଜ ହେବ।

Breaking News