ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ୫ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍-କନିଷ୍ଠ) ଅଧିକାରୀଙ୍କୁ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରାପଡ଼ା- ମହାକାଳପଡ଼ାର ପୂର୍ବତନ ବିଡିଓ ସୌମ୍ୟାଶ୍ରୀ ପାଣିଗ୍ରାହୀଙ୍କୁ ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବାବେଳେ ଆଠଗଡ଼ର ପୂର୍ବତନ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଅନୁଗୋଳ ଜିଲ୍ଲା ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। କେନ୍ଦୁଝର ଚମ୍ପୁଆର ପୂର୍ବତନ ତହସିଲଦାର ସଜତ ମାର୍କେଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବାବେଳେ ଅକ୍ଷୟ କୁମାର ପରିଡ଼ାଙ୍କୁ ନିଆଳି ବିଡିଓ ଏବଂ ଧର୍ମ ରଞ୍ଜନ ପଣ୍ଡାଙ୍କୁ ରାଜସ୍ବ ବିଭାଗକୁ ଫେରାଇ ଅଣାଯିବା ସହିତ କଟକ ତିଗିରିଆ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….