ରିପୋର୍ଟ କାର୍ଡ / ଭୁବନେଶ୍ବର
ଲକ୍ଷାଦ୍ବୀପ ଫଟୋ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନ ପ୍ରସଙ୍ଗକୁ ନେଇ ବିଜେପି ସାଇବର ଥାନାରେ ମାମଲା ରୁଜୁ କରିଛି । ଅଜଣା ଦୁର୍ବୁତ୍ତଙ୍କ ନାଁରେ ଧାରା ୨୯୪, ଆଇପିସି ଦଫା ୬୭(କ), ଆଇଟି ଆକ୍ଟରେ ପୋଲିସ ମାମଲା ରୁଜ୍ଜୁ କରିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନ ନେଇ ସାଇବର ଥାନାରେ ଏତଲା ହୋଇଥିଲା। ବିଜେପି ପକ୍ଷରୁ ସମୀର ମହାନ୍ତି , ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଏତଲା କରିଥିଲେ । ବିଜେଡି ଓଡିଶା ଫେସବୁକ୍ ଆକାଉଣ୍ଟ ନାଁରେ ଏମାନେ ଏତଲା କରିଥିଲେ। ଉକ୍ତ ଆକାଉଣ୍ଟରେ ମୋଦୀଙ୍କ ପ୍ରତି ଅପମାନଜନକ ଶଦ୍ଦ ପ୍ରୟୋଗ କରାଯାଇଥିଲା।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..