ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୀମା ଆଇନରେ ପରିବର୍ତ୍ତନ କରିବା ଲାଗି ଲୋକସଭାରେ ଆଗତ କରାଯାଇଥିବା ସବ୍କା ବୀମା ସବ୍କା ରକ୍ଷା ବିଲ୍ ୨୦୨୫ ମଙ୍ଗଳବାର ଗୃହୀତ ହୋଇଛି। ଏହି ବିଲ୍ ଦ୍ବାରା ବୀମା ଆଇନ ୧୯୩୮, ଜୀବନ ବୀମା ନିଗମ ଆଇନ ୧୯୫୬ ଓ ଆଇଆରଡିଏ ଆଇନ ୧୯୯୯ରେ ପରିବର୍ତ୍ତନ କରାଯିବ। ବୀମା ସଂଶୋଧନ ବିଲ୍ ନାମରେ ପରିଚିତ ଏହି ବିଲ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବା ପରେ ଏହା ଉପରେ ବ୍ୟାପକ ଚର୍ଚ୍ଚା ହୋଇଥିଲା। ସୀତାରମଣ କହିଥିଲେ ଯେ ସଂଶୋଧିତ ବିଲ୍ ଦ୍ବାରା ବୀମା ନାମରେ ମିଛ ଫାଇଦା ହାସଲକୁ ରୋକିବା ଲାଗି ଆଇଆରଡିଏକୁ ଅଧିକ କ୍ଷମତା ମିଳିବ। ମନ୍ତ୍ରୀ କହିଥିଲେ ବୀମା ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରାଯିବାର ଆବଶ୍ୟକତା ରହିଛି। ତେଣୁ ନୂଆ ବିଲ୍ରେ ଏଥିପାଇଁ ବ୍ୟବସ୍ଥା କରାଯିବ। ସେହିପରି ବୀମା କମ୍ପାନୀ ଖୋଲିବା ଲାଗି ବର୍ତ୍ତମାନ ୧୦୦୦ କୋଟି ଟଙ୍କା ଜମା କରିବାର ବ୍ୟବସ୍ଥା ଥିବାବେଳେ ଏହାକୁ ୫୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ। ରିପେଲିଙ୍ଗ ଆଣ୍ଡ ଆମେଣ୍ଡମେଣ୍ଟ ବିଲ୍ ୨୦୨୫ ଉପରେ ମଧ୍ୟ ଆଜି ଲୋକସଭାରେ ଆଲୋଚନା କରାଯାଇଛି। ଏହି ବିଲ୍ ଦ୍ବାରା ୭୧ଟି ପୁରୁଣା ଆଇନକୁ ଉଚ୍ଛେଦ ଓ ପରିବର୍ତ୍ତନ କରାଯିବ।






More Stories
ଇସ୍ତଫା ଦେଲେ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ……
ଦିଲ୍ଲୀରେ ପଶିପାରିବନି ଏସବୁ ଗାଡି…..
“ଦିଲ୍ଲୀରେ ପ୍ରଦୂଷଣ ହ୍ରାସ ଅସମ୍ଭବ”,କ୍ଷମା ମାଗିଲେ ସରକାର…..