Report Card Odisha

| Daily Odia News

୨୦୪୭ ମସିହା ସୁଦ୍ଧା ସମସ୍ତଙ୍କ ପାଇଁ ବୀମା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ବୀମା ହାର ଜାତୀୟସ୍ତର ତୁଳନାରେ କମ୍ ଅଛି । ଆସନ୍ତା ୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏନେଇ ପ୍ରାରମ୍ଭିକ ବିଚାରବିମର୍ଶ ଆରମ୍ଭ ହୋଇଛି । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ(ଆଇଆରଡିଏ) ସଦସ୍ୟ ସଚିବ ସତ୍ୟଜିତ୍ ତ୍ରିପାଠୀ ଲୋକସେବା ଭବନରେ ଉନ୍ନୟନ କମିଶନର ଅନୁ ଗର୍ଗ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଭେଟି ରାଜ୍ୟରେ ବୀମା ପ୍ରସାରଣ ବୃଦ୍ଧି କରିବା ବା ଅଧିକ ଲୋକଙ୍କୁ ବୀମାଭୁକ୍ତ କରିବା ଉପରେ ଆଲୋଚନା କରିଛନ୍ତି । ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆର୍ଥିକ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ବୀମା । ଓଡ଼ିଶାରେ ବୀମାହାର ଜାତୀୟସ୍ତର ତୁଳନାରେ କମିଥିବାରୁ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ବୀମା କଭରେଜରେ ଉନ୍ନତି ଆଣିବା ନିମନ୍ତେ ରଣନୀତି ଉପରେ ଆଲୋଚନା ହୋଇଛି । ସମସ୍ତ ଅଂଶୀଦାରଙ୍କ ସହଯୋଗରେ ପ୍ରଥମ ରାଜ୍ୟସ୍ତରୀୟ ବୀମା କମିଟି(ଏସଏଲଆଇସି) ବୈଠକ ଆୟୋଜନ କରାଇବା ପାଇଁ ଏକ ସବିଶେଷ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ବୈଠକରେ ଆଇଆରଡିଏ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Breaking News