Report Card Odisha

| Daily Odia News

ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ନିବିଡ଼ କରିବାକୁ ଚାହେଁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ଓ ନେପାଳ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟ | ନେପାଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବୁଦ୍ଧ ଜୟନ୍ତୀ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ, ନେପାଳର ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୁର୍‌ ଦେଉବାଙ୍କ ନିମନ୍ତ୍ରଣ ରକ୍ଷା କରି ଲୁମ୍ବିନୀ ଗସ୍ତ ଆଗରୁ ଦେଇଥିବା ବିବୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନେପାଳ ସହିତ ଆମର ସମ୍ପର୍କ ଅତୁଳନୀୟ। ନେପାଳ ଓ ଭାରତ ମଧ୍ୟରେ ସଭ୍ୟତାଗତ ଓ ବ୍ୟକ୍ତିଗତ ଜନସମ୍ପର୍କ ଆମ ନିବିଡ଼ ସମ୍ପର୍କର ଦୀର୍ଘସ୍ଥାୟୀ ଢାଞ୍ଚା। ଶତାବ୍ଦୀ ଶତାବ୍ଦୀ ଧରି ସୁଦୃଢ଼ ହେବା ସହ ଆମ ପୁରାତନ ଇତିହାସ ସହିତ ସମ୍ମିଶ୍ରିତ ପାରସ୍ପରିକ ସମ୍ପର୍କକୁ ସ୍ମରଣ ଏବଂ ଅଧିକ ନିବିଡ଼ କରିବା ମୋର ଗସ୍ତର ଉଦ୍ଦେଶ୍ୟ। ବୁଦ୍ଧ ଜୟନ୍ତୀ ଅବସରରେ ନେପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ଦେଉବାଙ୍କ ସହିତ ଯାଇ ମାୟାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଅଶୋକସ୍ତମ୍ଭ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦୀ ଘିଅଦୀପ ଜାଳିବେ ଏବଂ ୨୦୧୪ରେ ନେପାଳ ଯାଇଥିବା ବେଳେ ଉପହାର ଦେଇଥିବା ଅଶ୍ବସ୍ତ ବୃକ୍ଷମୂଳେ ପାଣିଦେବେ। ଏହାପରେ, ସେ ଦ୍ବିପାକ୍ଷିକ ବୈଠକରେ ଯୋଗ ଦେଇ ଜଳବିଦ୍ୟୁତ୍, ବିକାଶ ଓ ଯୋଗାଯୋଗ ସମ୍ପର୍କରେ ନେପାଳର ପ୍ରଧାନମନ୍ତ୍ରୀ ଦେଉବାଙ୍କ ସହିତ ଆଲୋଚନା କରି ସାଂସ୍କୃତିକ ଏବଂ ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ଲାଗି ‘ମେମୋରାଣ୍ଡମ୍‌ସ୍‌ ଅଫ୍‌ ଅଣ୍ଡର୍‌ଷ୍ଟାଣ୍ଡିଙ୍ଗ୍‌’ ଆଦାନପ୍ରଦାନ କରିବେ। ‘ଲୁମ୍ବିନୀ ମୋନାଷ୍ଟିକ୍‌ ଜୋନ୍‌’ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ‘ଇଣ୍ଡିଆ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ବୁଦ୍ଧିଷ୍ଟ୍‌ କଲ୍‌ଚର୍‌ ଆଣ୍ଡ୍‌ ହେରିଟିଜ୍‌’ର ଶିଳାନ୍ୟାସ କରିବେ। ଏହା ବ୍ୟତିରେକେ, ନେପାଳ ସରକାର ଆୟୋଜନ କରିଥିବା ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେବେ।

Breaking News