Report Card Odisha

| Daily Odia News

ଆନ୍ତର୍ଜାତୀୟ ମାନବଅଧିକାର ସୁରକ୍ଷା ଅନୁଷ୍ଠାନ ଇଜିପ୍ଟ ପକ୍ଷରୁ ଡ ନାରାୟଣ ମହାପାତ୍ର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆନ୍ତର୍ଜାତୀୟ ମାନବଅଧିକାର ସୁରକ୍ଷା ଅନୁଷ୍ଠାନ ଇଜିପ୍ଟ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି | ଟ୍ରଷ୍ଟ ଅବହେଳିତ ବୃଦ୍ଧ ବାପା ମା ଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ଦେବା, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରିବା ଓ ଅବହେଳିତ ଛୋଟ ପିଲାମାନଙ୍କ ର ପାଠପଢାରେ ଉନ୍ନତି ଓ ବ୍ୟକ୍ତିତ୍ଵ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ରୁ ଏହି ସମ୍ମାନ ପ୍ରଦାନ କରଯାଇଛି | ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ସମ୍ମାନିତ ହୋଇଛନ୍ତି | ଏହା ଆମର ସାମାଜିକ ସେବା କାର୍ଯ୍ୟ କୁ ଉତ୍ସାହ ଦେବ ଓ ଆଗାମୀ ଦିନରେ ଅଧିକରୁ ଅଧିକ କାମ କରିବା ନିମନ୍ତେ ଚେଷ୍ଟା କରାଯିବ | ଆମେ ଏହି ଆନ୍ତର୍ଜାତୀୟ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିଛନ୍ତି |

Breaking News