ରିପୋର୍ଟ କାର୍ଡ / କଟକ
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୫ ତମ ଜନ୍ମତିଥି ଅବସରରେ ଇଣ୍ଟରନେସନାଲ କ୍ଲବ ପକ୍ଷରୁ ନିଜର ୨୭ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ଆରମ୍ଭରେ କବି ସମ୍ମିଳନୀ ଓ ଆଲୋଚା ଚକ୍ର ଅନୁଷ୍ଠିତ ହୋଇଥିଲା |
ଏହି କାର୍ଯ୍ୟକ୍ରମ ଅବସର ରେ କ୍ଲବ ପକ୍ଷରୁ ଦୈତ ନଗରୀ ସାଂସ୍କୃତିକ ସମନ୍ଵୟ ସମ୍ମାନ- ୨୦୨୨ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର, ଶ୍ରୀଯୁକ୍ତଧରଣୀ ଧର ଜେନା ଙ୍କୁ ପ୍ରଦାନ କରାଯାଇଛି | ଏହି ଅବସର ରେ ନେତାଜୀ ପ୍ରତିଭା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ନୃସିଂହ କୁମାର ଚୌଧୁରୀ ସଭାପତି, ଶ୍ରୀଯୁକ୍ତ ହୁସେନ ରବି ଗାନ୍ଧୀ ମୁଖ୍ୟ ବକ୍ତା, ଆବାହକ ସୁବାଷ ଦାସ, ଯୋବ୍ରା ଦୁର୍ଗା ପୂଜା କମିଟିର ଶ୍ରୀଯୁକ୍ତ ସଂଗ୍ରାମ ରାଉତରାୟ ଓ କ୍ଲବ ର ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ | ଶ୍ରୀ ସଂଗ୍ରାମ ରାଉତରାୟ ଙ୍କୁ କଟକ ସଂସ୍କୃତି ରତ୍ନ ସମ୍ମାନ ୨୦୨୨ ରେ ସମ୍ବର୍ଦ୍ଧିତ କରାଯାଇଥିଲା | କାର୍ଯ୍ୟ କ୍ରମ ରେ ଶ୍ରୀ ଅଚ୍ୟୁତ ପ୍ରସାଦ ବେହେରା ଓ ଶ୍ରୀନିବାସ ରାଓ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା |
More Stories
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..