ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବା ଆଇଡିପି ପ୍ରଦାନ ବ୍ୟବସ୍ଥା ସହଜ ହେବ | ସେଥି ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ ୨୬ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି | ଭାରତ ଆନ୍ତର୍ଜାତିକ ସଡ଼କ ପରିବହନ ଚୁକ୍ତି ୧୯୪୯ ରେ ସ୍ୱାକ୍ଷର କରିଥିବାରୁ ଆଇଡିପି ବା ଆର୍ନ୍ତଜାତିକ ଡ୍ରାଇଭିଂ ପରିମିଟ୍ ଯୋଗାଇ ଦେବାକୁ ବାଧ୍ୟ। ଭାରତ ଏହି ଚୁକ୍ତି ଅନୁସାରେ ଅନ୍ୟାନ୍ୟ ଦେଶର ନାଗରିକମାନଙ୍କ ସହିତ ନିଜ ଦେଶର ନାଗରିକଙ୍କୁ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ଯୋଗାଇ ଦେବା ସହ ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ରରେ ଭାରତୀୟଙ୍କ ପାଇଁ ଅନୁରୂପ ପରମିଟ୍ ପାଇବାକୁ ହକ୍ଦାର। ଏବେ ବିଭିନ୍ନ ରାଜ୍ୟରେ ପ୍ରଦାନ କରାଯାଉଥିବା ଏହି ଆଇଡିପିର ଫର୍ମାଟ, ଆକାର, ପ୍ୟାଟର୍ଣ୍ଣ ଓ ରଙ୍ଗ ଆଦି ଭିନ୍ନ ଭିନ୍ନ। ଏହି କାରଣରୁ ଭାରତର ବିଭିନ୍ନ ରାଜ୍ୟର ଆଇଡିପିଧାରୀ ବିଦେଶରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ଏହି ସଂଶୋଧନ ଫଳରେ ଭାରତରେ ପ୍ରଦାନ କରାଯାଉଥିବା ସମସ୍ତ ଆଇଡିପିର ଫର୍ମାଟ, ସାଇଜ ଓ ରଙ୍ଗ ଏକପ୍ରକାର ହେବ। ଜେନେଭା ଚୁକ୍ତିର ସର୍ତ୍ତକୁ ଅନୁପାଳନ କରି ଏହି ସଂଶୋଧନ କରାଯାଇଛି। ଆହୁରି ମଧ୍ୟ ଆଇଡିପିକୁ ଡ୍ରାଇଭିଂ ଲାଇସେନ୍ସ ସହିତ ସଂଯୁକ୍ତ କରିବା ପାଇଁ କ୍ୟୁଆର କୋଡ୍ର ବ୍ୟବସ୍ଥା ରହିଛି। ଆଇଡିପି ବ୍ୟବସ୍ଥାକୁ ସୁସଂହତ କରିବା ପାଇଁ ୧୯୮୯ ଭାରତୀୟ ମୋଟର ଯାନ ଆଇନକୁ ଅଧିକ ବିସ୍ତାରିତ କରାଯାଇଛି। ଏଥିପାଇଁ ହେଲପ୍ ଲାଇନ ନମ୍ବର ଓ ଇମେଲ ଆଡ୍ରେସ ଯୋଗାଣର ବ୍ୟବସ୍ଥା କରାଯାଇଛି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..