Report Card Odisha

| Daily Odia News

ଜାତୀୟ ସ୍ତରରେ ଓଡିଶାର କଳା ପ୍ରଦର୍ଶୀତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗୁଜରାଟ ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ ମେକାପ କଳାକାର ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରେ ରୁଷିଆର ଜର୍ଜ କିଟ୍ , ଭାରତର ରିଚା ଦେବ୍ ଓ ପାୟଲ ପଟେଲ ଥିଲେ। ସମଗ୍ର ଓଡ଼ିଶାରୁ ନିଶାସ୍ ସାଲୁନ ଓ ବିୟୁଟି ଏକାଡେମୀର ୨ ଜଣ ଟ୍ରେନର ହେୟାର ଷ୍ଟାଇଲିଷ୍ଟ ସୁଶ୍ରୀ ଗୋସ୍ବାମୀ ଓ ମେକାପ କଳାକାର ମଦିହା ଜମାଲ ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲେ। ଏହି ଅବସରରେ ଦୁଇ ଜଣଙ୍କୁ ସ°ସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶୁକ୍ରବାର ସେମାନେ ଫେରିବା ପରେ ନିଶାସ ସାଲୁନ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏଥିରେ ନିଶାସ ସାଲୁନର ମୁଖ୍ୟ ନିଶା ଅଲ୍ଲୀ ଯୋଗ ଦେଇ କହିଛନ୍ତି କି କଟକ ଓ ଭୁବନେଶ୍ୱରରେ ନିଶାସ ସାଲୁନ ଦୀର୍ଘ ୨୦ ବର୍ଷ ହେଲା କାମକରି ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛି। ଆଜି ଆମେ ଗର୍ବ ଅନୁଭବ କରୁଛୁ। ଆମର ଦୁଇଜଣ ଟ୍ରେନର ଜାତୀୟ ସ୍ତରରେ ନିଜର ସୁନାମ କରିବା ସହିତ ଓଡ଼ିଶାର ଗୈାରବ ବଢାଇଛନ୍ତି। ସୁଶ୍ରୀ ଗୋସ୍ବାମୀ ଦିଲ୍ଲୀରେ ଦୁଇ ଦୁଇଥର ସ୍ବର୍ଣ୍ଣ ପଦକ ଜିତି ଆମ ସାଲୁନ ଓ ଏକାଡେମୀର ମର୍ଯ୍ୟାଦା ବଢାଇଛନ୍ତି। ସେମାନଙ୍କ ତତ୍ବାବଧାନରେ ଶିକ୍ଷା ଗ୍ରହଣ କରୁଥିବା ଆମ ଏକାଡେମୀ ର ଛାତ୍ରଛାତ୍ରୀ ଦେଶ ବିଦେଶରେ ନିଶ୍ଚୟ କୃତିତ୍ୱ ହାସଲ କରିବେ। ଏଥି ସହିତ ବିୟୁଟିସିଆନ ମାନଙ୍କ ଦକ୍ଷତା ବିକାଶ ପାଇଁ ଟ୍ରେନିଙ୍ଗ କାର୍ଯ୍ୟକ୍ରମ ଓ ୨୦୧୨ରୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା କରି ଆସୁଥିବା ଆଇଭା ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ।

Breaking News