Report Card Odisha

| Daily Odia News

ଆଜି ୮ ମାର୍ଚ୍ଚ ଆନ୍ତର୍ଜାତୀୟ ମହିଳା ଦିବସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଆର୍ଥିକ, ରାଜନୈତିକ, ସାମାଜିକ ତଥା ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଯୋଗଦାନ ବଢ଼ାଇବା ଓ ତାଙ୍କୁ ନିଜର ଅଧିକାର ପ୍ରତି ସଚେତନ କରିବା ବିଶ୍ୱ ମହିଳା ଦିବସର ମୂଳ ଉଦ୍ଦେଶ୍ୟ। ଏହା ବ୍ୟତୀତ ସମାଜରେ ସେମାନଙ୍କୁ ଉଚିତ ସ୍ଥାନ ଦେବା ସହ ତାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ପାଇଁ ଏହି ଉତ୍ସବ ପାଳନ କରାଯାଏ । ଏହାକୁ ସର୍ବପ୍ରଥମେ ଆମେରିକାର ଏକ ସମାଜବାଦୀ ପାର୍ଟିର ଆହ୍ୱାନ କ୍ରମେ ୨୮ ଫେବୃଆରୀ ୧୯୦୯ ରେ ଏହି ଦିନକୁ ପାଳନ କରାଯାଉଥିଲା। ତେବେ ଏହା କେବଳ ଆମେରିକାରେ ହିଁ ସୀମିତ ରହିଥିଲା , କିନ୍ତୁ ଅନ୍ୟ କୌଣସି ଦେଶ ଏହି ଦିବସକୁ ପାଳନ କରୁନଥିଲେ। ପରେ କୋପେନହେଗନରେ ଏକ ମହିଳା ସମ୍ମିଳନୀରେ ୧୯୧୦ ମସିହାରେ ଏହି ଦିବସକୁ ମାନ୍ୟତା ମିଳିଥିଲା । ମହିଳାମାନଙ୍କୁ ଭୋଟର ଅଧିକାର ଦେବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। କାରଣ ସେତେବେଳେ ଅଧିକାଂଶ ଦେଶରେ ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ନଥିଲା। କିନ୍ତୁ ଋଷର ମହିଳାମାନେ ୧୯୧୭ରେ ରୁଟି ଏବଂ ଶାନ୍ତି ଦାବି କରି ପ୍ରତିବାକୁ ଓଲ୍ଲହାଇଥିଲେ । ଏହା ଏକ ଐତିହାସିକ ଧର୍ମଘଟ ଥିଲା । ଆଉ ଯେତେବେଳେ ରାଜା କ୍ଷମତା ତ୍ୟାଗ କଲେ | ଏହା ପରେ ସେତେବେଳେ ଥିବା ମଧ୍ୟବର୍ତ୍ତୀକାଳୀନ ସରକାର ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ପାଇଥିଲେ। ଋଷର ମହିଳାମାନେ ଯେତେବେଳେ ଭୋଟ ପାଇବାର ଅଧିକାର ପାଇଲେ, ସେହି ସମୟରେ ଋଷରେ ଜୁଲିଅନ୍ କ୍ୟାଲେଣ୍ଡରର ପ୍ରଚଳନ ଥିଲା। ଅନ୍ୟପଟେ ବାକି ଦୁନିଆରେ ଗ୍ରେଗୋରିୟନ୍ କ୍ୟାଲେଣ୍ଡ ବ୍ୟବହାର କରୁଥିଲେ ଲୋକେ। ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ପାର୍ଥକ୍ୟ ଥିଲା। ଜୁଲିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଫେବୃଆରୀ ଶେଷ ରବିବାର ୧୯୧୭ର ଫେବୃଆରୀ ୨୩ରେ ଥିଲାବେଳେ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ସେହି ଦିନ ମାର୍ଚ୍ଚ ୮ ଥିଲା । ସେଥିପାଇଁ ମାର୍ଚ୍ଚ୮ କୁ ମହିଳା ଦିବସ ଭାବେ ପାଳନ କରିବାକୁ ଲାଗିଲା ସାରାବିଶ୍ୱ ।

Breaking News