Report Card Odisha

| Daily Odia News

ବିସ୍ଫୋରଣ ୨୦ମୃତ,୩୦୦ରୁ ଅଧିକ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫ୍ରିକୀୟ ଦେଶ ଇକ୍ୱାଟରିୟାଲ୍‌ ଗିନି ଅନ୍ତର୍ଗତ ବାତା ସହରରେ ଥିବା ସାମରିକ ଘାଟିରେ ଭୀଷଣ ସରିଜ୍‌ ବିସ୍ଫୋରଣ ଘଟି ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି | କିନ୍ତୁ ବିସ୍ଫୋରଣର କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଏହା କୌଣସି ଆକ୍ରମଣ ନୁହେଁ ବୋଲି ପ୍ରତିରକ୍ଷା ଅଧିକାରୀମାନେ ‘ଟିଭିଜିଇ’କୁ କହିଛନ୍ତି। ଭଙ୍ଗାରୁଜା କଂକ୍ରିଟ୍‌ ଗଦାରୁ ଉଦ୍ଧାରକାରୀ ଦଳ ଲୋକମାନଙ୍କୁ ଟାଣି ବହାର କରୁଥିବା ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବେଡ୍‌ସିଟ୍‌ରେ ଗୁଡ଼ାଇ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କଥାରୁ ଉଦ୍ଧାର କରି ‘ଟିଭିଜିଇ’ କହିଛି, ଏହି ଅଘଟଣରେ ୪୨୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ପିଲାମାନଙ୍କ ସମେତ ଅନେକ ଆହତ ବ୍ୟକ୍ତିଙ୍କୁ ପିକ୍‌-ଅପ୍‌ ଟ୍ରକ୍‌ରେ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବିସ୍ଫୋରଣ ଘଟିଥିବା ଅଞ୍ଚଳର ଥିବା ଘରର ଟିଣ ଛପର ସବୁ ଉଡ଼ିଯାଇ ମୋଡ଼ିମକଚି ହୋଇ ଭଙ୍ଗାରୁଜା ଇଟାମାଟି ମଧ୍ୟରେ ପଡ଼ିଥିବା ଦେଖାଯାଇଥିଲା। ସେ ଅଞ୍ଚଳରେ ଅଧିକାଂଶ ବାସିନ୍ଦାଙ୍କର କେବଳ ଘରର କାନ୍ଥ ଠିଆହୋଇ ରହିଥିବା ଦେଖାଯାଉଛି। ଆକାଶକୁ ଘନକଳା ରଙ୍ଗର ଧୂଆଁ କୁଣ୍ଡଳୀ ଉଠୁଥିବା ବେଳେ ଦମକଳବାହିନୀର କର୍ମଚାରୀମାନେ ବିସ୍ଫୋରଣଜନିତ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

Breaking News